ନ୍ୟୁଜ୍

କୋରୋନା ଗାଇଡ଼ଲାଇନକୁ ବେଖାତିର, 50 ହଜାର ତଣ୍ଡ ଗଣିଲା ସୁପର ମାର୍କେଟ

ସମ୍ବଲପୁର : ରାଜ୍ୟ ସରକାରଙ୍କ କଟକଣା ସତ୍ତ୍ୱେ ମହଙ୍ଗା ପଡ଼ିଲା ମଲ ଖୋଲିବା। ଆଜି ମଲ ଖୋଲି ମୋଟା ଅଙ୍କର ତଣ୍ଡ ଗଣିଛନ୍ତି ମଲ ମାଲିକ। ନିୟମକୁ ବେଖାତିର କରି 50 ହଜାର ଟଙ୍କା ଫାଇନ୍ ଦେଇଛି ସମ୍ବଲପୁର ସହରର ବୁଢାରଜା ସ୍ଥିତ ଆନନ୍ଦ ସୁପର ବଜାର। ତେବେ କୋରୋନା ମୁକାବିଲା ପାଇଁ ସରକାର ସପିଂ ମଲଗୁଡ଼ିକୁ ବନ୍ଦ ରଖିବାକୁ ଗାଇଡ଼ଲାଇନ୍ ଜାରି କରିଥିବା ବେଳେ ସମ୍ବଲପୁର ସହରରେ ଅନେକ ସପିଂ ମଲ୍ ଖୋଲା ରହିଥିଲା। କିନ୍ତୁ ସମ୍ବଲପୁର ଜିଲ୍ଲା ପ୍ରଶାସନ କେବଳ ସୁପର ବଜାର ଠାରୁ ଫାଇନ୍ ଆଦାୟ କରି ଅନ୍ୟ ସପିଂ ମଲ୍ ପ୍ରତି କୋହୋଳ ମନୋଭାବ ଦେଖାଇଥିବାରୁ ଏବେ ଜିଲ୍ଲା ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା ମହାମାରୀ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏହି କ୍ରମରେ ରାଜ୍ୟର ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଲୋକମାନଙ୍କୁ କୋରୋନା ଭୂତାଣୁ ସଂକ୍ରମଣ ଯେପରି ନବ୍ୟାପେ ସେଥିପାଇଁ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ଏଥିପାଇଁ ବହୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଗତ ସୋମବାର 8ଟି ଜିଲ୍ଲାରେ 144 ଧାରା ଲାଗୁ କରିବା ସହିତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ସ୍କୁଲ, କଲେଜ ବନ୍ଦ କରିଛନ୍ତି। ଏହି କ୍ରମରେ ସପିଂ ମଲ ସବୁ ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସରକାରଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ଯାଇ ଆଜି ରାଜ୍ୟର ସବୁ ସପିଂ ମଲ ବନ୍ଦ ଥିବା ବେଳେ ସମ୍ବଲପୁର ସହରରେ ଏହାକୁ ଅଣଦେଖା କରାଯାଇଛି। ଗତକାଲି ସମ୍ବଲପୁର ସହରର ସମସ୍ତ ସପିଂ ମଲ ଓ ସୁପରମାର୍କେଟ ବନ୍ଦ ପାଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଥିଲେ। ଏହାପରେ ସହରରେ ସଙ୍ଗେସଙ୍ଗେ ସମସ୍ତ ମଲ ବନ୍ଦ କରାଯାଇଥିଲା। କିନ୍ତୁ ସନ୍ଧ୍ୟା ପରେ ନିୟମକୁ ବେଖାତିର କରି ସହର ଅନେକ ମଲ ପୁଣି ଥରେ ଖୋଲା ରଖିଥିଲେ। ଯାହା ଫଳରେ ଆଜି ଜିଲ୍ଲା ପ୍ରଶାସନ ବୁଢାରଜା ସ୍ଥିତ ଆନନ୍ଦ ସୁପର ବଜାର କୁ ୫୦ ହଜାର ଟଙ୍କା ଜରିମାନା କରିଥିଲା।

ତେଵେ ସହରରେ ଅଇଁଠାପାଲିର ବିଶାଲ ମାର୍କେଟ, ଫାଟକ ଅଂଚଳର ରିଲାଏନ୍ସ ଭଳି ବହୁ ସପିଂ ମଲ ଖୋଲା ଥିଲେ ବି କେବଳ ସୁପର ବଜାର ଠାରୁ ପାଇନ ଆଦାୟ କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଅନ୍ୟ ମଲଗୁଡ଼ିକ ସହ ଜିଲ୍ଲା ପ୍ରଶାସନର କୋହଳ ମନୋଭାବକୁ ନେଇ ବୁଦ୍ଧିଜିବୀଙ୍କ ମହଲରେ ପ୍ରଶ୍ନ ଉଠିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top