ନ୍ୟୁଜ୍

ଆକାଶ ମାର୍ଗରୁ ୫ ଦିନରେ ୫୦୦୦ ଓଟଙ୍କୁ ମାରିସାରିଲାଣି ପ୍ରଶାସନ..!

Australia camel

ଅର୍ଗସ ବ୍ୟୁରୋ: 5 ଦିନରେ 5000 ଓଟଙ୍କୁ ମରିଲାଣି ପ୍ରଶାସନ । ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗିବା ପରେ ସାରା ଦେଶରେ ଏହାକୁ ନେଇ ଏକ ଚର୍ଚ୍ଚା ଆରମ୍ଭ ହୋଇଥିଲା । ପାଖାପାଖି 50 କୋଟି ଜୀବଜନ୍ତୁ ଏହି ନିଆଁରେ ଦଗ୍ଧ ହୋଇଗଲେ । ଆଉ ପାଣି ପାଇଁ ଅଷ୍ଟ୍ରଲିଆରେ ପଡ଼ିଲା ହାହାକାର । ସେଥିପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା ଓଟ ମରା ଅଭିଯାନ । କାରଣ ଓଟ ସବୁଠୁ ଅଧିକ ପାଣି ପିଇ ଯାଉଥିଲା । ତେଣୁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ଠୁର ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ନେବା ପରେ ଗତ 5 ଦିନ ମଧ୍ୟରେ ପ୍ରାୟ 5000 ଓଟଙ୍କୁ ହତ୍ୟା କରାଯାଇ ସାରିଛି ।ଆକାଶମାର୍ଗରୁ ଗୁଳି କରି ଏହି ଓଟମାନଙ୍କୁ ମରାଯାଇଛି ବୋଲି ମଙ୍ଗଳବାର ସୂଚନା ମିଳିଛି।

ସ୍ଥାନୀୟ ଆଦିବାସୀ ନେତାଙ୍କ କହିବା ଅନୁଯାୟୀ, ବାହାରୁ ଆସିଥିବା ଏହି ଓଟସବୁ ମରୁଡ଼ି ଓ ଅତ୍ୟଧିକ ଗରମ କାରଣରୁ ପ୍ରପୀଡ଼ିତ ଆଦିବାସୀଙ୍କ ଅଞ୍ଚଳକୁ ମାଡ଼ି ଆସିଛନ୍ତି । ଏମାନେ ଖାଦ୍ୟ ଓ ପିଇବା ପାଣି ଉପରେ ପ୍ରଭାବ ପକାଇବା ସହ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରୁଥିବା ଅଭିଯୋଗ ହୋଇଛି । ରାସ୍ତାରେ ମଧ୍ୟ ସମସ୍ୟା କରୁଥିବା ସେମାନେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଅଷ୍ଟ୍ରେଲିଆର ‘ଆନାଙ୍ଗୁ ପିଟ୍‌ଜାଣ୍ଟଜାଟ୍‌ଜାରା ୟାକୁନିଜାଟ୍‌ଜାରା’ ବା ଏପିୱାଇ ଅଞ୍ଚଳରେ ୨,୩୦୦ ଆଦିମ ଜନଜାତି ରୁହନ୍ତି । ଏପିୱାଇ ଜେନେରାଲ ମ୍ୟାନେଜର ରିଚାର୍ଡ କିଙ୍ଗଙ୍କ କହିବା ଅନୁଯାୟୀ, ସେ ବନ୍ୟଜନ୍ତୁଙ୍କ ଅଧିକାର ବାବଦରେ ଜାଣନ୍ତି । କିନ୍ତୁ ଏହି ବାହାର ଜନ୍ତୁଙ୍କ ପାଇଁ ଜୀବନ କେତେ ପ୍ରଭାବିତ ହୋଇଛି ତାହା ବାବଦରେ ସମସ୍ତେ ଭୁଲ ତଥ୍ୟ ଦେଉଛନ୍ତି । ସେ କହିଛନ୍ତି, ଏହି ଅଞ୍ଚଳର ସୁରକ୍ଷାଦାତା ହିସାବରେ ଆମକୁ ସ୍ଥାନୀୟ ଲୋକଙ୍କ ପାଇଁ ପାଣିର ସୁରକ୍ଷା ଦେବାକୁ ହେବ । ଯୁବବର୍ଗ, ବୟସ୍କ ଏବଂ ସର୍ବୋପରି ଏଠାକାର ଜୀବଜନ୍ତୁଙ୍କ କଥା ପ୍ରଥମେ ଚିନ୍ତା କରିବାକୁ ହେବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top