ନ୍ୟୁଜ୍

 ମାସ୍କ ନ ପିନ୍ଧିଲେ ଗଣିବେ ୫ ହଜାର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଏଣିକି ମାସ୍କ ନ ପିନ୍ଧିଲେ ଗଣିବେ ମୋଟା ଅଙ୍କର ତଣ୍ଡ ।  ଘରୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଯଦି ଏହି ନିୟମ ଉଲ୍ଲଘଂନ ହୁଏ ତେବେ ପ୍ରଥମ ଦୁଇ ଥର ଏକ ହଜାର ଫାଇନ୍ ଦେବାକୁ ପଡିବ । ପରେ ୫ ହଜାର ଟଙ୍କ ଫାଇନ୍ ଦେବାକୁ ପଡିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ସେହିପରି ଯେଉଁ ଦୋକାନୀ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଘଂନ କରିବେ ତାଙ୍କୁ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ହେବ । ଯଦି ଏହି ନିୟମକୁ ସେ ବାରମ୍ବାର ଉଲ୍ଲଂଘନ କରନ୍ତି ତେବେ ମୋଟା ଅଙ୍କର ଫାଇନ୍ ଆଦାୟ ସହ ପ୍ରଥମେ ଏକ ସପ୍ତାହ ପାଇଁ ପରେ ଏକ ମାସ ପାଇଁ ଦୋକାନକୁ ସିଲ୍ କରାଯିବ । ରାଜ୍ୟରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କୁ ଦେଖି ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ଆଜି ରାତି ୯ଟାରୁ ରାଜ୍ୟରେ ଲାଗିଥିବା କଟକଣା କୋହଳ ହେବ । ଆସନ୍ତାକଲିଠାରୁ ରାଜ୍ୟରେ ନୂଆ କଟକଣା ଲାଗୁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top