ନ୍ୟୁଜ୍

କରୋନା ହଟସ୍ପଟ ରାଉରକେଲାର ସ୍ଵତନ୍ତ୍ର ଜେଲ, ଆଉ ୫୪ ଆକ୍ରାନ୍ତ ଚିହ୍ନଟ

ଅର୍ଗସ ବ୍ୟୁରୋ : କରୋନା ହଟସ୍ପଟ ପାଲଟିଛି ରାଉରକେଲାର ସ୍ଵତନ୍ତ୍ର ଜେଲ। ଜେଲରୁ ଚିହ୍ନଟ ହୋଇଛନ୍ତି ଆଉ ୫୪ କରୋନା ଆକ୍ରାନ୍ତ। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ଜେଲ୍‌ରେ ଥିବା ଆଇସୋଲେସନ୍ ଓ୍ଵାର୍ଡରେ ରଖାଯାଇଛି। ସେହିଠାରେ ହିଁ ସେମାନଙ୍କୁ ଚିକିତ୍ସା କରାଯାଉଛି। ଏନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଗତ ମଙ୍ଗଳବାର ଏହି ଜେଲ୍‌ରୁ ୨୦ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ବୁଧବାର ଆଉ ୨୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ପୂର୍ବରୁ ୨୩ ଜଣ ଅନ୍ତେବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ସୁଦ୍ଧା ୫୪ ଜଣ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଉଲକେଲା ସ୍ଵତନ୍ତ୍ର ଜେଲ୍‌ରେ ୧୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top