ଦେଶ

ବଡ଼ ଖବର: ଭାରତରେ ଟିକଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ:  ବଡ଼ ଖବର !! ଭାରତରେ ଟିକ୍‌ଟକ୍‌ ବ୍ୟାନ । 59ଟି ଚାଇନିଜ୍‌ ଆପକୁ ବ୍ୟାନ ଘୋଷଣା କଲେ ଭାରତ ସରକାର । ବିଶେଷ କରି ବିବାଦ ଘେରରେ ଥିବା ଟିକ୍‌ଟକ୍‌ ଭିଡିଓ ଆପକୁ ବ୍ୟାନ୍‌ କରିଦିଆଯାଇଛି । ତଥ୍ୟ ଚୋରି ଅଭିଯୋଗରେ ଏହିସବୁ ଆପଗୁଡ଼ିକୁ ବ୍ୟାନ କରାଯାଇଥିବା ସୂଚନା ମିଳିଛି ।

ଟିକ୍‌ଟକ୍‌, ସେୟାର ଇଟ୍‌, ହେଲୋ, ୱିଇ ଚାଟ୍‌, ବିଉଟି ପ୍ଲସ୍‌, ଭିଗୋ ଭିଡିଓ, କ୍ୟାମ୍‌ ସ୍କାନର, କ୍ଲିନ୍‌ ମାଷ୍ଟର, ଭିଭା ଭିଡିଓ, କ୍ଲବ ଫ୍ୟାକ୍ଟ୍ରି, ଲାଇକି ଭଳି 59ଟି ଆପ୍‌ ଭାରତରେ ବ୍ୟାନ ହୋଇଛି । ଗଲୱାନ୍‌ ଘାଟି ବିବାଦ ପରେ ଚୀନ ବିରୁଦ୍ଧରେ ଭାରତ ସରକାରଙ୍କ ଏହା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି । ଏହାସହ ଚୀନ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଆରମ୍ଭ ହୋଇଯାଇଛି । ଗଲୱାନ ଘାଟିରେ 20 ଯବାନ ସହିଦ ହେବା ପରେ ଭାରତୀୟ ଆକ୍ରୋଶର ଶିକାର ହୋଇଥିଲା ଚୀନ । ଟିକଟକ୍‌ ଡିଲିଟ ପାଖରୁ ବିଭିନ୍ନ ଚାଇନିଜ୍‌ ଦ୍ରବ୍ୟର ବ୍ୟବହାର ବନ୍ଦ କରିଥିଲେ ଭାରତୀୟ । ଏବେ ଭାରତ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଏହାସହ ଆଗକୁ ଆହୁରି କଡ଼ା ପଦକ୍ଷେପ ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top