ରାଜ୍ୟ

ରାଜଧାନୀର ରାସ୍ତା କଡ଼ରେ ପ୍ରସବ କଲେ ମହିଳା, 5Tକୁ ନେଇ ଉଠିଲା ପ୍ରଶ୍ନ

 ଭୁବନେଶ୍ୱର: 5Tକୁ ଶକ୍ତ ମାଡ  । ଆଉ ଏହି ମାଡ ଦେଇଛି କ୍ୟାପିଟାଲ ହସ୍ପିଟାଲ ।  ସଚିବମାନେ ମୋ ସରକାର ଯୋଜନାରେ ଲୋକମାନଙ୍କୁ ଦେଖାଇ ହେବାକୁ ଉପାନ୍ତ ଜିଲ୍ଲାରେ ବୁଲୁଛନ୍ତି  । ଡାକ୍ତରଖାନା ଓ ଥାନା ପରିଦର୍ଶନ କରୁଛନ୍ତି  । ମାତ୍ର ରାଜ୍ୟ ରାଜଧାନୀରେ ପୁଣି କ୍ୟାପିଟାଲ ହସପିଟାଲରେ ଦେଖିବାକୁ ମିଳିଛି ବିଚିତ୍ର ଦୃଶ୍ୟ  । ଜଣେ ମହିଳା ରାସ୍ତା କଡରେ ପ୍ରସବ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି  ।  ଯଦି ରାଜଧାନୀର ରାଜରାସ୍ତା ଉପରେ ଗର୍ଭବତୀମାନେ ପ୍ରସବ କରନ୍ତି, ତା ହେଲେ ଉପାନ୍ତ ଜିଲ୍ଲାର ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବା କିପରି କାର୍ଯ୍ୟକରୁଥିବ, ତାହା ସହଜରେ ଅନୁମାନ କରାଯାଇପାରେ  । ଆଉ ସରକାରୀ କର୍ମଚାରୀମାନେ ମୋ ସରକାର ଯୋଜନାରେ 5 ଟିକୁ କିପରି କାର୍ଯ୍ୟକାରୀ କରୁଛନ୍ତି ତାହା ମଧ୍ୟ ରାଜଧାନୀର କ୍ୟାପିଟାଲ ହସପିଟାଲରୁ ବାରି ହୋଇପଡୁଛି  । ଦେଖନ୍ତୁ..

Click to comment

Leave a Reply

Your email address will not be published. Required fields are marked *

Most Popular

To Top