ଦେଶ

ଜାମ୍ମୁ କାଶ୍ମୀରରେ କମିଛି ୬୦ ପ୍ରତିଶତ ଆତଙ୍କୀ ହିଂସା: ପୋଲିସ୍‌ ମହାନିର୍ଦ୍ଦେଶକ

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରରେ କମିଛି 60 ପ୍ରତିଶତ  ଆତଙ୍କୀ ହିଂସା । ଏହା କହିଛନ୍ତି ପୋଲିସ୍‌ ମହାନିର୍ଦ୍ଦେଶକ ଦିଲବାଗ ସିଂହ । ଦିଲବାଗ ସିଂହ ଦିଳ୍ଲୀର କେନ୍ଦ୍ରୀୟ ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କ ସହ ସାକ୍ଷାତ କରି ଏହି ସୂଚନା ଦେଇଛନ୍ତି ।  ସେ ଏହି ସାକ୍ଷାତରେ କହିଛନ୍ତି  2020ରେ  ଏପର୍ଯ୍ୟନ୍ତ ଦେଢ ମାସ ମଧ୍ୟରେ ଗତ ବର୍ଷ ତୁଳନାରେ  କେନ୍ଦ୍ରଶାସିତ ଜାମ୍ମୁ କାଶ୍ମୀରରେ  ଆତଙ୍କୀ ହିଂସା 60 ପ୍ରତିଶତ କମିଛି । ଦିଲବାଗ କହିଛନ୍ତି ଯେ, ଆଇନ୍‌ ବ୍ୟବସ୍ଥା ସ୍ଥିତିରେ କୌଣସି ବଡ଼ ସମସ୍ୟା ନାହିଁ ।

ଏଥିସହିତ ଆତଙ୍କବାଦୀ ସହ ସଙ୍ଘର୍ଷ ସ୍ଥଳରେ ମଧ୍ୟ  ପଥରଫିଙ୍ଗା ଘଟଣା ଆଉ  ଘଟୁ ନାହିଁ ।  ସେ କହିଛନ୍ତି ଚଳିତ ବର୍ଷ  13 ଫେବ୍ରୁଆରୀ  ଯାଏ 20  ଆତଙ୍କୀଙ୍କୁ  ନିହତ କରାଯାଇଛି । ଏଥିସହତ 4 ଜଣଙ୍କୁ ଆରେଷ୍ଟ ମଧ୍ୟ କରାଯାଇଛି । ଏହାଛଡା  ଶ୍ରୀନଗରରେ ଗ୍ରେନେଡ୍‌ ଆକ୍ରମଣରେ  ସାମିଲ ଥିବା 12 ଆତଙ୍କବାଦୀଙ୍କୁ  ମଧ୍ୟ  ଆରେଷ୍ଟ କରାଯାଇଛି  । 43 ଓଭର ଗ୍ରାଉଣ୍ଡ ଓ୍ୱାର୍କର ବି ଧରାପଡିଛନ୍ତି ।

ପୋଲିସ୍ ମହାନିର୍ଦ୍ଦେଶକ କହିଛନ୍ତି,  ନିହତ କରାଯାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ 10 ଜଣ ଜୈଶ-ଏ-ମହମ୍ମଦ ଆତଙ୍କୀ ସଙ୍ଗଠନର ଥିଲେ । ଏହି ସୂଚନା ପାଇବା ପରେ  ଡା. ଜିତେନ୍ଦ୍ର ସିଂହ ସୁରକ୍ଷାବଳ ବିଶେଷ କରି ଜାମ୍ମୁର ପୋଲିସ୍‌ ଓ ସେନାଙ୍କ ପରସ୍ପର ସହଯୋଗ ପାଇଁ ପ୍ରଶଂସା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top