X
Breaking News
ନ୍ୟୁଜ୍

ଭୂମଧ୍ୟ ସାଗରରେ ଓଲଟିଲା ଡଙ୍ଗା, ୬୫ମୃତ

boat

ଟ୍ୟୁନିସିଆ : ଟ୍ୟୁନିସିଆ ଉପକୂଳ ଅନ୍ତର୍ଗତ ଭୂମଧ୍ୟ ସାଗରରେ ଏକ ଡଙ୍ଗା ଓଲଟି ୬୫ଜଣ ପ୍ରାଣ ହରାଇଛନ୍ତି । ସମସ୍ତ ବ୍ୟକ୍ତି ବିଦେଶୀ ନାଗରିକ ହୋଇଥିବା ସୂଚନା ମିଳିଛି  । ଏନେଇ ସଂଯୁକ୍ତ ରାଷ୍ଟ୍ର ଶରଣାର୍ଥୀ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି ।

ଡଙ୍ଗା ବୁଡିବା ପରେ 16ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହା ଏକ ଭୟାବହ ଦୁର୍ଘଟଣା । ଦୁର୍ଘଟଣା ପରେ କେବଳ 4ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତଲାସୀ ଅଭିଯାନ ଜାରି ରହିଛି । ଡଙ୍ଗାରେ ପ୍ରାୟ 70ଜଣ ଶରଣାର୍ଥୀ ଯାଉଥିଲେ । ତେବେ ଡଙ୍ଗାଟି ବୁଡିଯାଇଥିଲା । ମାଛଧରା ଡଙ୍ଗା ସହାୟତାରେ ତଲାସୀ ଅଭିଯାନ ଜାରି ରହିଛି ।

ଏହି ଡଙ୍ଗାଟି ଲିବିୟାରୁ ଆସୁଥିଲା । ରାଜଧାନୀ ତ୍ରିପୋଲୀରେ ଭୟାବହ ଯୁଦ୍ଧ ଲାଗିରହିଥିବାରୁ କିଛି ଲୋକ ଏହି ଡଙ୍ଗାରେ ଆସୁଥିଲେ । ଏଥିରେ ବାଲାଂଦେଶ, ମରକ୍କୋ ଓ ଅନ୍ୟ କିଛି ଦେଶର ମଧ୍ୟ ଲୋକେ ବସିଥିଲେ । ଗତବର୍ଷ ମଧ୍ୟ ଲିବିୟାରୁ ୟୁରୋପ ଆସୁଥିବା ସମୟରେ ଭୂମଧ୍ୟସାଗରରେ ଡଙ୍ଗା ବୁଡି 14ଜଣଙ୍କର ମୃତ୍ୟୁ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top