ନ୍ୟୁଜ୍

ଡକାୟତି ଯୋଜନ କରୁଥିବା ୭ ଜଣିଆ ଗ୍ୟାଙ୍ଗକୁ ଧରିଲା ପୋଲିସ, କୋର୍ଟ ଚାଲାଣ

arrested

ପୁରୀ:  ପୁରୀ ଡାଇମଣ୍ଡ ଜୁଏଲାରିରେ ଡକାୟତି ଯୋଜନ କରୁଥିବା ୭ ଜଣିଆ ଗ୍ୟାଙ୍ଗକୁ ଧରିଲା ପୋଲିସ। ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଲୁହା ରଡ଼,ପ୍ଲାଷ୍ଟିକ ପାଇପ ଓ ମାରଣାସ୍ତ୍ର ଜବତ କରାଯାଇଛି ।ଏ ସମ୍ପର୍କରେ ଟାଉନ ଥାନାରେ ୧୫୮/୨୦୨୦ରେ ଏକ ମାମଲା ରୁଜୁ କରାଯାଇ  ଦଫା ୩୯୯,୪୦୨ ଓ ୨୫ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଏହି ଡକାୟତି ଗ୍ୟାଙ୍ଗକୁ କୋର୍ଟ ଚାଲାଣ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଲେ ତଲଜଙ୍ଘର ଟୁଟୁ ସ୍ୱାଇଁ, ନିମାପଡାର ବୃନ୍ଦାବନ ଦାଶ, ପୁରୀ ସଦରର ଜିତେନ୍ଦ୍ର ବେହେରା, ସିଧମହାବିରର ବାଞ୍ଚା ବେହେରା, ତୋଟାବେହେରା ସାହିର ସନ୍ତୋଷ ଜଗଦ୍ଦେବ, ତାଳବଣିଆର ଭାଗିରଥି ପ୍ରଧାନ ଓ ବାସେଳି ସାହିର ସୁଦର୍ଶନ ମାଝୀ । ଏହାସହ ପୋଲିସ ତାର ଅଧିକ ତଦନ୍ତ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top