ନ୍ୟୁଜ୍

୭ ପ୍ରସିଦ୍ଧ ଶିଳ୍ପୀଙ୍କୁ ଦିଆଗଲା ଧର୍ମପଦ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡ଼େମୀର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ୭ ଶିଳ୍ପୀଙ୍କୁ ମିଳିଛି । ପ୍ରତ୍ୟେକଙ୍କୁ ୧ଲକ୍ଷ ଟଙ୍କା ଓ ତାମ୍ରଫଳକ ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

୨୦୦୯ ପାଇଁ ମରଣୋତ୍ତର ଭାବେ ଗୋକୁଳୀ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ମରଣୋତ୍ତର ଭାବେ ଅସୀମ ବସୁୁ, ୨୦୧୧ ପାଇଁ ଡକ୍ଟର ଦୁର୍ଗାପ୍ରସାଦ ଦାସୁ, ୨୦୧୨ ପାଇଁ ପଦ୍ମଶ୍ରୀ ସୁଦର୍ଶନ ସାହୁୁ, ୨୦୧୪ ପାଇଁ ମରଣୋତ୍ତର ଭାବେ ଦୀନନାଥ ପାଠୀ, ୨୦୧୫ ପାଇଁ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ଧର୍ମପଦ ପୁରସ୍କାର ମିଳିଛି ।

କିନ୍ତୁ ଦିଲ୍ଲୀରେ ଥିବାରୁ ୨୦୧୩ ର ପୁରସ୍କାର ଯତୀନ ଦାସ ପରେ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ତେବେ ପୁରସ୍କୃତ ଶିଳ୍ପୀମାନଙ୍କ ବାସଭବନକୁ ଯାଇ ବ୍ୟକ୍ତିଗତ ଭାବେ ସମ୍ମାନିତ କରିଥିଲେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top