ନ୍ୟୁଜ୍

ଅଗ୍ନିକାଣ୍ଡରେ ୩ଟି ପରିବାରର ୭ଟି ଗାଈ ଜୀବନ୍ତ ଦଗ୍ଧ

fire

ଭଦ୍ରକ:  ବାସୁଦେବପୁର ବ୍ଲକ ବିଦେଇପୁର ଗଦିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଅଗ୍ନିକାଣ୍ଡରେ ୩ଟି ପରିବାରର ୭ଟି ଗାଈ ଜୀବନ୍ତ ଦଗ୍ଧ ହେବା ସହିତ ଗୋଟିଏ ଘର ଭିତରେ ଥିବା ସମସ୍ତ ଆସବାଵପତ୍ର ପୋଡ଼ି ପାଉଁଶ ହେଇଯାଇଛି । ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକ ସୋଇଥିବାବେଳେ ହଠାତ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ବାହାରକୁ ଉଠିଥିବା କିଛି ସ୍ଥାନୀୟ ଲୋକ ନିଆଁକୁ ଦେଖି ପରିବାର ଲୋକଙ୍କୁ ଡାକ ପକାଇବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚିବା ବେଳକୁ ସବୁ କିଛି ପୋଡି ପାଉଁଶ ହେଇଯାଇଥିଲା। ପରିବାର ଲୋକ ଘର ଭିତରୁ କିଛି ଗାଇଙ୍କୁ କାଢ଼ିବା ବେଳେ ନିଆଁ ତାଙ୍କ ଉପରେ ପଡିଯାଇଥିଲା । ଗୁରୁତର ଅବସ୍ଥାରେ ସେମାନଙ୍କୁ  ବାସୁଦେବପୁର ମେଡିକାଲରେ ଭର୍ତି କରାଯାଇଛି ।  ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନାହିଁ । ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଂଚିନଥିବାବେଳେ ତୁରନ୍ତ ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top