ନ୍ୟୁଜ୍

ଅଟୋକୁ ପିଟିଲା ଟ୍ରାକ୍ଟର, ୭ ଗୁରୁତର

ରାୟଗଡ: ଅଟୋକୁ ପିଟିଲା ଟ୍ରାକ୍ଟର । ଘଟଣାସ୍ଥଳରେ 7ଗୁରୁତର ।  ରାୟଗଡ ଜିଲ୍ଲା ଗୁଣୁପୁର ବିକ୍ରମପୁର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ପରିବା ବୋଝେଇ ଅଟୋକୁ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ପିଟିଦେଇଥିଲା ।

ଫଳରେ ଅଟୋରେ ଥିବା 6 ଜଣ ପରିବା ବେପାରୀଙ୍କ ସମେତ ଅଟୋ ଚାଳକ ଗୁରୁତର ଆହତ ହୋଇଛନ୍ତି । ଶହେ ଆଠ ଆମ୍ବୁଲାନ୍ସ ଯୋଗେ ଗୁରୁତର ମାନଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏଠାରେ ଟ୍ରାକ୍ଟର ଚାଳକ ମାନେ ଦ୍ରୁତ ଗତିରେ ଗାଡି ଚାଳନା କରିବା ଓ ବିନା ଲାଇସେନ୍ସରେ ଓଭର ଲୋଡ଼ ପରିବହନ କରୁଥିବା ଅଭିଯୋଗ ହେଉଛି । ପୋଲିସ ଓ ପରିବହନ ବିଭାଗ ଟ୍ରାକ୍ଟର ଚାଳକଙ୍କ ଲାଇସେନ୍ସ ଯାଞ୍ଚ କରିବାକୁ ଦାବୀ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top