ନ୍ୟୁଜ୍

ରାତ୍ରୀ ଭୋଜନ ଖାଇ ଆଶ୍ରମ ସ୍କୁଲର ୭ ଛାତ୍ରୀ ଅସୁସ୍ଥ

Student

କେନ୍ଦୁଝର:  ଆଶ୍ରମ ସ୍କୁଲରେ ଛାତ୍ରୀମାନଙ୍କର ଝାଡାବାନ୍ତି ହୋଇଥିବା ଅଭିଯୋଗ ହୋଇଛି । ରାତ୍ରି ଭୋଜନ ପରେ ୭ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି  । ଏଭଳି ଅଭାବନୀୟ  ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା କୁସୁମିତା ସ୍ଥିତ ଆଶ୍ରମ ସ୍କୁଲରେ । ସୂଚନାନୁସାରେ, ଆଶ୍ରମରେ ରାତ୍ରି ଭୋଜନ ଖାଇବା ପରେ ୭ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହୋଇପଡିଥିଲା ।

ଖାଦ୍ୟରେ ଭାତ, ଡାଲି ଓ ସୋୟାବିନ ତରକାରୀ ଖାଇଥିଲେ ଛାତ୍ରୀ । ପରେ ସେମାନଙ୍କର ଝାଡା ହେବା ସହ ବାନ୍ତି ହୋଇଥିଲା । ଛାତ୍ରୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ମେଡିକାଲର ସଂକ୍ରାମକ ୱାର୍ଡରେ ୩ଜଣଙ୍କୁ ଓ ଶିଶୁ ବିଭାଗରେ ୪ଜଣଙ୍କ ଚିକିତ୍ସା ଚାଲିଛି । ତେବେ ଛାତ୍ରୀଙ୍କ ଶରୀର ଅସୁସ୍ଥ ହେବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ବିଭାଗୀୟ କର୍ମଚାରୀ ଏହାର ତଦନ୍ତ କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top