ନ୍ୟୁଜ୍

ଅମ୍ଫାନ : ଖୋର୍ଦ୍ଧା ଜିଲ୍ଲାରେ ସ୍ଥାନାନ୍ତରିତ ହେବେ 86 ହଜାର ଲୋକ

ଅର୍ଗସ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ମହାବାତ୍ୟା ଅମ୍ଫାନ ମୁକାବିଲା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି। ଏହି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଅମ୍ଫାନ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ 86 ହଜାର ଲୋକଙ୍କୁ ସ୍ଥାନାନ୍ତର ନେଇ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜିଲ୍ଲାରେ 855ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ପ୍ରତି ଆଶ୍ରୟସ୍ଥଳୀରେ ଜଣେ ଲେଖାଏଁ ନୋଡାଲ ଅଫିସରଙ୍କୁ ଦାୟିତ୍ଵ ଦିଆଯାଇଛି। ଗୋଟିଏ ଓଡ୍ରାଫ ଟିମକୁ ଚିଲିକା ପଠାଯାଇଛି, ଅନ୍ୟଟି ମୁଖ୍ୟାଳୟରେ ଅଛି।

ସୂଚନାଯୋଗ୍ୟ, ମହାବାତ୍ୟା ଅମ୍ଫାନ ବର୍ତ୍ତମାନ ପାରଦୀପ ଠାରୁ 480 କିମି ଦୂରରେ ରହିଛି। ସେହିପରି ପଶ୍ଚିମବଙ୍ଗ ଦିଘା ଠାରୁ 630 କିମି ଦୂରରେ ରହିଛି। ଏହାର ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉପକୂଳ ଓ ଦକ୍ଷିଣ ଓଡିଶାରେ ଆଜି ସଂଧ୍ଯାରୁ ବର୍ଷା ଆରମ୍ଭ ହେବ ଏବଂ ଆସନ୍ତାକାଲି ଉତ୍ତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଆସନ୍ତାକାଲି ଅପରାହ୍ନରୁ ସନ୍ଧ୍ୟା ମଧ୍ୟରେ ବାତ୍ୟା ବାଙ୍ଗଲାଦେଶର ହଟିଆ ଏବଂ ପଶ୍ଚିମବଙ୍ଗର ସାଗର ଦୀପରେ ମଝିରେ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ 165 ରୁ 175 କିମି ବେଗରେ ପବନ ବହିବ। ଏହା ସହ ଆଜି ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top