ଜୀବନ ମନ୍ତ୍ର

ମିନିଟ୍‌କୁ ୯୫ ବିରିୟାନୀ ଅର୍ଡର କରୁଛନ୍ତି ଭାରତୀୟ, ଖେଚୁଡ଼ିର ଡିମାଣ୍ଡ ୧୨୮% ବୃଦ୍ଧି

ଅର୍ଗସ ବ୍ୟୁରୋ: କାର୍ଯ୍ୟ ବ୍ୟସ୍ତତା ଭିତରେ ଲୋକମାନେ ଏବେ ନିଜେ ରୋଷେଇ କରିବାକୁ ପସନ୍ଦ କାରୁନାହାନ୍ତି । ଫଳରେ ଅନଲାଇନ୍‌ ଫୁଡ୍‌ ଡେଲିଭରି ଆପ୍ସ ଉପରେ ନିର୍ଭର କରୁଛି ମର୍ଡନ ସଭ୍ୟତା । ଆପ୍‌ରେ କ୍ଲିକ୍‌ କରି ଫୁଡ ଅର୍ଡର କରିବାର କେଇ ମିନିଟରେ ଘରେ ପହଞ୍ଚିଯାଉଛି ଖାଦ୍ୟ । ସେ ପୁଣି ମନପସନ୍ଦର ଖାଦ୍ୟ ଏବଂ ଯେକୌଣସି ହୋଟେଲରୁ । ଫୁଡ୍‌ ଡେଲିଭରି ଆପ୍ସ ଜୋମାଟୋ, ସ୍ୱିଗି, ଉବର ଇଟ୍ସ ଆଦି ନିଜର ବ୍ୟବସାୟରେ ବହୁ ଆଗକୁ ଗଲେଣି । ମନପସନ୍ଦର ଖାଦ୍ୟ ସହ ପୁଣି ଯଦି ରିହାତି ମିଳିଯାଉଛି ତେବେ ଲୋକେ କାହିଁକି ଆଉ ରୋଷେଇ ଉପରେ ନିର୍ଭର କରିବେ ।

ତେବେ ଫୁଡ ଡେଲିଭରି ଆପ୍‌ ସ୍ୱିଗିରୁ ମିଳିଥିବା ରିପୋର୍ଟ ମୁତାବକ ଦେଶରେ ପ୍ରତି ମିନିଟରେ 95ଟି ବିରିୟାନୀ ଅର୍ଡର କରାଯାଉଛି । ତେବେ ଏହି ଆପ୍‌ ମାଧ୍ୟମରେ ଲୋକେ ଚିକେନ୍‌ ବିରିୟାନୀ ଅଧିକ ଅର୍ଡର କରୁଛନ୍ତି । ଏହାସହ ଏହି ଆପ୍‌ରେ ଲୋକେ ଏହି ବର୍ଷ ଗୋଲାପ୍‌ ଜାମୁନ୍‌ 17,69, 399 ଅର୍ଡର କରିଛନ୍ତି । ଏଥିରୁ ପ୍ରମାଣିତ ହେଉଛି ଆଜି ବି ଭାରତୀୟଙ୍କ ମଧ୍ୟରେ ଗୋଲାପ୍‌ ଜାମୁନ୍‌ ନିଜର ସ୍ଥାନ ପୁର୍ବଭଳି ବଜାୟ ରଖିଛି ।

Courtesy: www.fortunefoods.com

ରିପୋର୍ଟ ଅନୁସାରେ ମୁଗ ଡାଲିର ହାଲୁଆ ଏବଂ ଫାଲୁଦା ମାମଲାରେ ଭାରତୀୟ ବେଶ ଆଗରେ  । ଚଳିତ ବର୍ଷ 11.94 ଫାଲୁଦା ଅର୍ଡର ହୋଇଥିବା ବେଳେ ଫାଲୁଦା ସବୁବର୍ଗର ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ସାଉଁଟିଛି । ସେପଟେ ଭାରତୀୟ ଖେଚୁଡ଼ି ଖାଇବାକୁ ବି ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।  ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଖେଚୁଡ଼ି ଅର୍ଡର 128 ପ୍ରତିଶତ ବୃଦ୍ଧି ପାଇଥିବା ରିପୋର୍ଟରୁ ଜଣାପଡ଼ିଛି ।  2019ରେ ବିରିୟାନୀ, ଖେଚୁଡ଼ି ବ୍ୟତୀତ ମସାଲା ଦୋସା, ପନୀର ବଟର ମସାଲା, ଭେଜ୍‌ ଫ୍ରାଏଡ୍‌ ରାଇସ୍‌, ଭେଜ୍‌ ବିରିୟାନୀ ଅର୍ଡର ବହୁମାତ୍ରାରେ ହୋଇଥିବା ଜଣାପଡ଼ିଛି ।

ରିପୋର୍ଟରୁ ଜଣାପଡ଼ିଛି ଯେ, ବିଭିନ୍ନ ପ୍ରକାର ପିଜା  ଅର୍ଡର କରିବାରେ ଭାରତୀୟ ଆଗରେ ଅଛନ୍ତି । ଏହାସହ ଡାଲ ମଖନୀ ୱିଥ୍‌ ଜିରା ରାଇସ୍‌, ମିନି ଦୋସା, ମେଥି ମଲାଇ ମଟର, ଚପାତି ଥାଳି, କୋବି ମଟର ମସାଲା ମଧ୍ୟ ରେକର୍ଡ ସଂଖ୍ୟକ ଅର୍ଡର କରାଯାଇଥିବା ସ୍ୱିଗି ଜାରି କରିଥିବା ରିପୋର୍ଟରୁ ଜଣାପଡ଼ିଛି । ଏହା ତ ଥିଲା କେବଳ ସ୍ୱିଗିରୁ ମିଳିଥିବା ରିପୋର୍ଟ  । ତେବେ ଅନ୍ୟ ଫୁଡ ଡେଲିଭରି ସାଇଟ୍‌ର ତଥ୍ୟ ମିଶିଲେ ଆହୁରି ଅଧିକ ହୋଇଥିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top