ରାଜ୍ୟ

ଟିଭିଡିଏସରେ ଧରାପଡ଼ିଛନ୍ତି ୯୫ ଟ୍ରାଫିକ ନିୟମ ଉଲ୍ଲଂଘନକାରୀ, ଘରକୁ ଯିବ ଚାଲାଣ !

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲଘଂନକାରୀଙ୍କ ପାଇଁ ଆଉ ନିସ୍ତାର ନାହିଁ । ନିୟମ ଉଲଘଂନ କଲେ ନିଆଯାଉଛି ଦୃଢ କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ କରାଯାଉଛି । ଡିସେମ୍ବର 1ରୁ ଲାଗୁ ହୋଇଛି କଡା କଡି ଟ୍ରାଫିକ ନିୟମ ।

ପୋଲିସକୁ ଚକମା ଦେଇ ଖସିଯାଉଥିବା ଟ୍ରାଫିକ ନିୟମ ଉଲଘଂନକାରୀଙ୍କୁ ଜଗିଛି ସିସିଟିଭି କ୍ୟାମେରା  । କ୍ୟାମେରାରେ କଏଦ ହେଉଛି ଗାଡି ନମ୍ବର  । ଘରକୁ ପଠାଯାଉଛି ଚାଲାଣ । କମିଶନରେଟ ପୋଲିସ ପକ୍ଷରୁ ଏଭଳି ନିୟମ କଡା କଡି କରାଯାଇଛି । ସେହଭଳି ସ୍ପିଡ ଗାଡି ଉପରେ କଟକଣା ଜାରୀ କରାଯାଇଛି । ସହର ଭିତରେ ଯେଉଁମାନେ ଗାଡି ଚଳାଉଛନ୍ତି ତାଙ୍କର ସ୍ପିଡ ଲିମିଟ 50ଭିତରେ ରହିବା ପାଇଁ କଟକଣା ଜାରୀ କରାଯାଇଥିବା ବେଳେ ଏନଏଚରେ ଚଳାଉଥିବା ଗାଡି ଚାଳକଙ୍କ ପାଇଁ 70 ସ୍ପିଡ ଲିମିଟ ରହିଥିବା କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ।

ସେହିଭଳି ଟିଭିଡିଏସ ସିଷ୍ଟମ ଜରିଆରେ ଗତକାଲି ସହର ମଧ୍ୟରେ 95ଜଣ ଟ୍ରାଫିକ ନିୟମ ଉଲଘଂନକାରୀଙ୍କୁ ଚିହ୍ନଟ କରିଛି ସିସିଟିଭି କ୍ୟାମେରା । ବିଶେଷ କରି ରୂପାଲି ଛକରୁ 36ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ 59ଜଣଙ୍କୁ ବିଭିନ୍ନ ଛକରୁ ଚିହ୍ନଟ କରାଯାଇଛି । ଚିହ୍ନଟ କରାଯିବା ପରେ ସେମାନଙ୍କ ଘରକୁ ଇ ଚାଲାଣ ପଠାଯିବା କଥା କହିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top