ନ୍ୟୁଜ୍

ନାଳରୁ ମୃତ ନବଜାତ ଶିଶୁ ପୁତ୍ର ଉଦ୍ଧାର

DEATH

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ପରିତ୍ୟକ୍ତ ନାଳରୁ ଏକ ମୃତ ନବଜାତ ଶିଶୁ ପଡିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣାରୁ ପ୍ରକାଶ ଯେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପାଚେରୀ ସଲଗ୍ନ ନାଳରୁ ସକାଳେ ଏକ ମୃତ ନବଜାତ ଶିଶୁ ପୁତ୍ର ପଡିଥିବାର ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇଥିଲେ। ମୃତ ନବଜାତ ଶିଶୁଟିକୁ କିଏ ଓ କାହିଁକି ସ୍ୱାସ୍ଥ୍ୟ କେନ୍ଦ୍ର ପରିଷରରେ ଥିବା  ନାଳରେ ପକାଇଲା ଏହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଖବର ପାଇ ଖଇରା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top