ନ୍ୟୁଜ୍

ଜୁଇରୁ ଉଠିଲା ଶବ…

deadbody

ଗଞ୍ଜାମ: କୋକେଇ ବନ୍ଧାହେଲା । ଶ୍ମଶାନକୁ ଶବ ବୁହା ହୋଇ ଗଲା । ଶ୍ମାଶାନରେ ଜୁଇ ସଜଡା ହେଲା । ଶବକୁ ନେଇ ଜୁଇରେ ଶୁଆଇବା ପୂର୍ବରୁ ବଂଚିଥିବା ଜଣାପଡିଲା  । ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କଣିଆପଲ୍ଲୀ ଗାଁରେ । ଗାଁର ଦୁଃଖୀ ବେହେରା ନାମକ ଜଣେ ମହିଳା ନ ଖାଇ ନ ପିଇ ଗ୍ରାମରେ ପଡି ରହିଥିଲେ । ପରିବାର ଲୋକେ ପୋଲସରା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁଘୋଷଣା କରିବା ପରେ ପରିବାର ଲୋକେ ଗାଁକୁ ଆଣି ଶବ ସଂସ୍କାର କରିବା ପାଇଁ ସମସ୍ତ ଆୟୋଜନ କରିଥିଲେ। ଶବ ସଂସ୍କାର ପାଇଁ ଶ୍ମଶାନ ଘାଟରେ ଶବ ପହଞ୍ଚିଥିଲା । ଜାତିଭାଇମାନେ ମଧ୍ୟ ଉପସ୍ଥିତ ଥିଲେ । ମାତ୍ର ହଠାତ୍ ଶ୍ମଶାନ ଘାଟରୁ ଉଠିଥିଲା ଶବ । ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସଂଗେ ସଂଗେ ଆମ୍ବୁଲାନ୍ସକୁ ଡକାଇ ଡାକ୍ତରଖାନା ନେଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଜୀବିତ ଲୋକଙ୍କୁ ଡାକ୍ତର ମୃତ ଘୋଷଣା କଲେ କିପରି । ଡାକ୍ତର ସଠିକଭାବେ ଦେଖିଥିଲେ କି ନାହିଁ, ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ..?

Click to comment

Leave a Reply

Your email address will not be published. Required fields are marked *

Most Popular

To Top