ରାଜ୍ୟ

ଜଣେ ନକଲି ମାଓବାଦୀକୁ ଗିରଫ କଲା କୋରାପୁଟ ପୋଲିସ

Koraput

କୋରାପୁଟ: ବଢ଼ୁଛି ନକଲି ମାଓବାଦୀଙ୍କ ଦୌରାତ୍ମ୍ୟ । ନିଜକୁ ମାଓବାଦୀ ସଜାଇ କିଛି ଅସାଧୁ ଯୁବକ ଲୋକଙ୍କୁ ଲୁଟୁଛନ୍ତି । ସେମିତି କୋରାପୁଟ ପୋଲିସ ଦ୍ୱାରା ଜଣେ ନକଲି ମାଓବାଦୀ ଗିରଫ ହୋଇଛି । ଏହାସହ ୬ ଜଣ ଫେରାର ହୋଇଯାଇଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ଦେଶୀ ବନ୍ଧୁକ ଏବଂ ଗୋଟିଏ ରାଉଣ୍ଡ ଜୀବନ୍ତ ଗୁଳି ସହ ୨ଟା ମୋବାଇଲ ଜବତ କରିଛି ପୋଲିସ । ଗିରଫ ନକଲି ମାଓବାଦୀ ଜଣକ ହେଉଛି ମାଛକୁଣ୍ଡ ଥାନା ମାରିପେଟା ଗ୍ରାମର ଦୀପକ ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ସିଲିପୋଣି ଗ୍ରାମ ନିକଟ କ୍ରସରରେ ୭ ଜଣିଆ ନକଲି ମାଓବାଦୀ ଦଳ ପହଞ୍ଚି କ୍ରସର ମ୍ୟାନେଜରଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ମ୍ୟାନେଜର ଏତେ ପରିମାଣର ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରି ନିକଟରେ ଥିବା ୫୦ ହଜାର ଟଙ୍କା ଦେଇଥିଲେ । ଟଙ୍କା ଲୁଟି ନେବାପରେ ମ୍ୟାନେଜରଙ୍କ ଉପରକୁ ଗୁଳି ଚଲାଇଥିଲେ ନକଲି ମାଓବାଦୀ । ତେବେ ଏନେଇ ସୂଚନା ପାଇ କୋରାପୁଟ ଏସପି ଘଟଣାସ୍ଥଳରେ ପହଞ୍ଚି ମ୍ୟାନେଜରଙ୍କୁ ଡାକ୍ତରଖାନା ନେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top