ଅପରାଧ

ଦିବ୍ୟାଙ୍ଗଙ୍କ ସ୍ତ୍ରୀ ସହ କଲେ ଜବରଦସ୍ତି, କେସ୍ କରିବାରୁ ମିଳିଲା ହତ୍ୟା ଧମକ

ଭୁବନେଶ୍ଵର : “ଆଜ୍ଞା କାଲି ରାତିରୁ ମୋତେ ଜଣେ ମରଣାନ୍ତକ ଆକ୍ରମଣ କରିଛି। ମୁଁ ଯାହା ଘରେ ଭଡାରେ ରହୁଛି ସେ ମାଲିକ ମୋ ସ୍ତ୍ରୀ ଉପରେ ଖରାପ ନଜର ପକାଇଲା। ମୋ ସ୍ତ୍ରୀ ସେମିତି ନୁହେଁ… କାରଣ ମୋ ସ୍ତ୍ରୀ ଯଦି ସେମିତି ଲୋକ ହୋଇଥାନ୍ତା ତେବେ ସେ ମୋ ଭଳି ଦିବ୍ୟାଙ୍ଗ ପାଖରେ ପଡ଼ିକି ନଥାନ୍ତା, ତାକୁ କଣ ବର ଅଭାବ ଥିଲେ”। ନ୍ୟାୟ ପାଇଁ ଓ ନିଜ ସ୍ତ୍ରୀଙ୍କ ସ୍ଵାଭିମାନ ପାଇଁ ଏଭଳି କୋହଭରା କଣ୍ଠରେ ଅଭିଯୋଗ କରିଛନ୍ତି ଜଣେ ଦିବ୍ୟାଙ୍ଗ। ରାଜଧାନୀର ଛାତି ଉପରେ ହେଉଛି ଘର ମାଲିକଙ୍କ ଏଭଳି ଦାଦାଗିରି। ଖାଲି ସେତିକି ନୁହେଁ ଚୋର ମୁଁହ ଟାଣ ଭଳି ଥାନାରେ ଏତଲା ଦେଲେ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି ଘର ମାଲିକ।

ସୂଚନାନୁଯାୟୀ, ଭୁବନେଶ୍ଵର ସ୍ଥିତ ୟୁନିଟ-୮ ନାରାୟଣୀ ବସ୍ତିର ଜଗବନ୍ଧୁ ଦାସ ନାମକ ଜଣେ ଘର ମାଲିକ ତାଙ୍କ ଭଡାଟିଆଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି। ଜଗବନ୍ଧୁଙ୍କ ଘରେ ଭଡାରେ ରହୁଥିବା ଜଣେ ଦିବ୍ୟାଙ୍ଗ ଟୁଟୁ ଦଳେଇଙ୍କ ସ୍ତ୍ରୀ ଉପରେ ତାଙ୍କର ଖରାପ ନଜର ଥିଲା। ଗତ କିଛି ଦିନ ହେବ ସେ ଟୁଟୁଙ୍କ ସ୍ତ୍ରୀଙ୍କୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏପରିକି ଯଦି ତାଙ୍କ କତାରେ ରାଜି ନହୁଅନ୍ତି ତେବେ ଘରୁ ବାହାରି ଯିବାକୁ ଧମକ ଚମକ ମଧ୍ୟ ଦେଉଥିଲେ। ଫଳରେ ଭୟଭୀତ ହୋଇ ଟୁଟୁ ଓ ତାଙ୍କ ସ୍ତ୍ରୀ ସେଠାରୁ ୧୦ ତାରିଖ ସୁଦ୍ଧା ଘର ଖାଲି କରିବେ ବୋଲି ସମୟ ମାଗିଥିଲେ। କିନ୍ତୁ ଗତକାଲି ରାତ୍ରୀରେ ଜଗବନ୍ଧୁ ଟୁଟୁଙ୍କ ଘରେ ଜୋର ଜବରଦସ୍ତ ପଶି ତାଙ୍କ ସ୍ତ୍ରୀଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ। ଏଥିରେ ଉଭୟ ଦମ୍ପତ୍ତି ଅରାଜି ହେବାରୁ ଜଗବନ୍ଧୁ ଦିବ୍ୟାଙ୍ଗ ଟୁଟୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଓ ତାଙ୍କ ସ୍ତ୍ରୀଙ୍କ ସଜ ଜବରଦସ୍ତି କରିଥିଲେ।

ତେବେ ଏତିକିରେ ଘର ମାଲିକଙ୍କ ଜୁଲୁମ ସରି ନଥିଲା। ଏନେଇ ଟୁଟୁ ଥାନାରେ ଅଭିଯୋଗ କରିବାକୁ ଫୋନ୍ କରିବା ବେଳେ ଘର ମାଲିକ ତାଙ୍କ ଫୋନ୍ ଛଡାଇ ଭାଙ୍ଗି ଦେଇଥିଲେ। ସାହାସ ଜୁଟାଇ ଉଭୟ ପତିପତ୍ନୀ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଦ୍ ସତ୍ତ୍ଵେ ମଧ୍ୟ ଘର ମାଲିକ ତାଙ୍କୁ କେସ୍ ଉଠାଇବାକୁ ଧମକ ଦେଇଛନ୍ତି।
ସେପଟେ କ୍ୟାପିଟାଲ ଥାନା ପୋଲିସ ଏଯାଏଁ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top