ଖେଳ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ! ଭାରତରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ପ୍ରଥମ ହାଇଟେକ ଷ୍ଟାଡିୟମ

ନୂଆଦିଲ୍ଲୀ: ବର୍ଷା ହେଲେ କ୍ରିକେଟ ମ୍ୟାଚ ବାତିଲ ହୋଇଯାଏ । ଏହାସହ ବେଳେ ବେଳେ ଡିଏଲ ମେଥଡ ଅନୁସାରେ ମ୍ୟାଚର ଫଳାଫଳ ଓ ବିଜେତା ଟିମ୍‌ ନିର୍ଣ୍ଣୟ କରାଯାଏ । କିନ୍ତୁ ଏବେ ଆଉ ପ୍ରାୟ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିବନି । ଭାରତରେ ଏବେ ଏଭଳି ଏକ ହାଇଟେକ୍‌ ଷ୍ଟାଡିୟମ୍‌ ନିର୍ମାଣ ହେବାକୁ ଯାଉଛି ।

ଭାରତରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ପ୍ରଥମ ହାଇଟେକ ଷ୍ଟାଡିୟମ । ଏହି ଷ୍ଟାଡିୟମ ପଞ୍ଜାବର ଚଣ୍ଡୀଗଡ଼ ଠାରେ ନିର୍ମାଣ ହେବାକୁ ଯାଉଛି । ଏହି ଷ୍ଟାଡିୟମ ଏପରି ଭାବେ ନିର୍ମାଣ ହୋଇଛି ବର୍ଷା ହେଲେ ବି ଏଠାରେ ମ୍ୟାଚ ଖେଳାଯାଇପାରିବ । ପଞ୍ଜାବ କ୍ରିକେଟ ଆସୋସିଏସନର କର୍ମକର୍ତ୍ତାମାନେ ବହୁତ ଜଳଦି ଏହି ଷ୍ଟାଡିୟମ ସମ୍ପର୍କରେ ସୂଚନା ଦେବେ ।

 ଏହା ଉପରେ ସୋଲାର ସିଷ୍ଟମ ରହିବ ଏବଂ ବିଦ୍ୟୁତ ସୋଲାର ସେଲ ଦ୍ୱାରା ନିର୍ମାଣ ହେବ ।   ଉପରେ ରେନ ହାରଭେଷ୍ଟିଙ୍ଗ ସିଷ୍ଟମ ରହିବ ଏବଂ ଏହା ଦ୍ୱାରା ବର୍ଷା ଜଳକୁ ବ୍ୟବହାର ଉପଯୋଗୀ କରାଯାଇପାରିବ । ଡ୍ରେନେଜ ସିଷ୍ଟମକୁ ବହୁ ଉନ୍ନତମାନର କରାଯିବାର ଯୋଜନା ରହିଛି । ବର୍ଷା ଛାଡିବା ମାତ୍ରେ ଅଧଘଣ୍ଟା ମଧ୍ୟରେ ମ୍ୟାଚ ଆରମ୍ଭ ହୋଇପାରିବ ।

ପଞ୍ଜାବ କ୍ରିକେଟ ଆସୋସିଏସନର ସୂଚନା ଅନୁସାରେ ଏହି ଷ୍ଟାଡିୟମର ପାଖାପାଖି 90 ପ୍ରତିଶ୍ରତ କାର୍ଯ୍ୟ ସରିଛି । ବାକି କାର୍ଯ୍ୟ ଲକ ଡାଉନ ପରେ ଆରମ୍ଭ ହୋଇ 2021 ମାର୍ଚ୍ଚ ସୁଦ୍ଧା ଶେଷ କରାଯିବ ।

ଏହି ଷ୍ଟାଡିୟମରେ ଅତ୍ୟାଧୁନିକ ସିଟର ବ୍ୟବସ୍ଥା କରାଯାଇଛି ଏହା ସହ ଏକା ସାଥିରେ 36 ହଜାର ଲୋକ ବସି ମ୍ୟାଚ ଦେଖିପାରିବେ । ଏହା ସହ ବହୁ ଉନ୍ନତଧରଣର ଟେକ୍ନୋଲୋଜିରେ ନିର୍ମାଣ ହୋଇଥିବା ଏହି ଷ୍ଟାଡିୟମରେ ଭବିଷ୍ୟତରେ ଆଇ. ପି. ଏଲ ଏବଂ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବାର ଯୋଜନା ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top