ଅପରାଧ

ମେରଟରେ 6 ବର୍ଷର ବାଳିକାକୁ ହତ୍ୟା, 200 ମିଟର ଦୂରରେ ମିଳିଲା ମୃତଦେହ

ମେରଟ: ମେରଟରେ 6 ବର୍ଷର ବାଳିକାକୁ ହତ୍ୟା । ସୋମବାର ରାତିରେ ଲିସାଡି ଗେଟ୍ ପୋଲିସ୍ ଷ୍ଟେସନ ଅଞ୍ଚଳର ଫତେହୁଲ୍ଲାପୁର ନିବାସୀ ଇରଫାନଙ୍କର 6 ବର୍ଷର ଝିଅ ଜୋୟାକୁ ଅପହରଣ କରାଯାଇଥିଲା । ପରିବାର ସଦସ୍ୟମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର କୌଣସି ସନ୍ଧାନ ମିଳିନଥିଲା । ପରେ ମଙ୍ଗଳବାର ସକାଳେ ଝିଅଟିର ମୃତଦେହ ଏକ ମକା କ୍ଷେତରେ ପଡ଼ିଥିବାର ଦେଖିବାକୁ ମିଳିଥିଲା ।

ସୂଚନା ପାଇ କୋ କୋଟୱାଲି ଦୀନେଶ ଶୁକ୍ଲା, ଇନ୍ସପେକ୍ଟର ଲିସାରି ଗେଟ୍ ପ୍ରଶାନ୍ତ କପିଲଙ୍କ ସମେତ ପୁରା ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ମାମଲାର ତଦନ୍ତ ଆରମ୍ଭ କରିଥିଲା । ଏସପି ସିଟି ଡକ୍ଟର ଅଖିଳେଶ ନାରାୟଣ ସିଂ କହିଛନ୍ତି ଯେ, ପୋଷ୍ଟମର୍ଟମ ରିପୋର୍ଟ ପରେ ହିଁ କିଛି କୁହାଯାଇପାରିବ । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି । ସନ୍ଦେହରେ 2ଜଣ ଯୁବକଙ୍କୁ ଲିସାଡି ଗେଟ୍ ପୋଲିସ ଗିରଫ କରିଛି ଏବଂ ସେମାନଙ୍କୁ ପଚରାଉଚରା କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top