ନ୍ୟୁଜ୍

ସ୍ତ୍ରୀର ନିର୍ଯାତନା ସହି ନପାରି ସ୍ୱାମୀର ଆତ୍ମହତ୍ୟା, ଅଭିଯୋଗ ଆଣିଲେ ପୁଅ

ନୟାଗଡ଼: ଦ୍ୱିତୀୟ ସ୍ତ୍ରୀର ନିର୍ଯାତନା ସହି ନପାରି ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ । ଏଭଳି ଏକ ସଙ୍ଗିନ ଅଭିଯୋଗ ଖୋଦ ନିଜ ପୁଅ ନିଜ ସାବତ ମା ବିରୁଦ୍ଧରେ ଆଣିଛି। ଆଉ ଏଭଳି ଏକ ଅଭାବନୀୟ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ପି.ମାନପୁର ଗ୍ରାମରେ । ସୂଚନା ମୁତାବକ ପି.ମାନପୁର ଗ୍ରାମର ଜୟକୃଷ୍ଣ ପଣ୍ଡାଙ୍କୁ ତାଙ୍କ ଦ୍ୱିତୀୟ ସ୍ତ୍ରୀ ବାରମ୍ବାର ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଫଳରେ ସ୍ତ୍ରୀଙ୍କ ନିର୍ଯ୍ୟାତନା ସହି ନପାରି ଗତକାଲି ରାତିରେ ଘର ପଛପଟେ ଥିବା ଏକ ପିଜୁଳି ଗଛରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଖବର ପାଇ ସରଣକୁଳ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଡାକ୍ତରଖାନାକୁ ପଠାଇଥିଲା। ତେବେ ତାଙ୍କ ପୁଅ ରାକେଶ ପଣ୍ଡା ଏ ନେଇ ସରଣକୁଳ ଥାନାରେ ନିଜ ମା ଙ୍କ ବିରୋଧରେ ଏକ ମାମଲା ଦାୟର କରିଛନ୍ତି। ରାକେଶଙ୍କ ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ମଧ୍ୟ ଉଭୟ ସ୍ୱାମିସ୍ତ୍ରୀ ଙ୍କ ମଧ୍ୟରେ ବଡ଼ ଝଗଡା ହୋଇଥିଲା। ତେବେ ବାପା ଜୟକୃଷ୍ଣଙ୍କୁ ତା ର ମା ହିଁ ହତ୍ୟା କରିଛି । ବାପାଙ୍କ ମୃତ୍ୟୁ ପରେ ଏବେ ତାଙ୍କ ମା ଏବେ ରାକେଶକୁ ଜୀବନରୁ ମାରିଦେବା ପାଇଁ ବାରମ୍ବାର ଧମକ ଦେଉଛି।

ପୋଲିସ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ବେଳେ ଜୀବନ ପ୍ରତି ବିପଦ ଥିବାରୁ ଶିଘ୍ର ଘଟଣାର ଅନୁସନ୍ଧାନ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି ରାକେଶ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top