ଅପରାଧ

ଜୀଅନ୍ତା ମଣିଷକୁ କାମୁଡ଼ି କାମୁଡ଼ି ଖାଇଗଲେ କୁକୁର

ଅର୍ଗସ ବ୍ୟୁରୋ:  ସାଧାରଣତଃ ଆମେ ଦେଖିଛେ ଯେ ମଣିଷର ସବୁଠାରୁ ବିଶ୍ୱାସଯୋଗ୍ୟ ହୋଇଥାଏ କୁକୁର ।  କିନ୍ତୁ ଏହି କୁକୁର ଯେ ମଣିଷକୁ ଜୀଅନ୍ତା ଖାଇଦେବ ଏହା ନିଶ୍ଚୟ ଆଶ୍ଚର୍ଯ୍ୟ ।  ହେଲେ କଥାଟି ସମ୍ପୂର୍ଣ୍ଣ ସତ୍ୟ । ଜଣେ ବ୍ୟକ୍ତିଙ୍କୁ ଜୀଅନ୍ତା ଖାଇଦେଇଛନ୍ତି କୁକୁର । ଏହିପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଝାଡଖଣ୍ଡର ରାମଗଡରେ । ରାମଗଡରେ କିଛି କୁକୁର ଉକ୍ତ ବ୍ୟକ୍ତିଙ୍କ ପାଇଁ କାଳ ହୋଇ ତାଙ୍କୁ ଚୋବାଇ ଚୋବାଇ ଖାଇଥିଲେ ।  ସୂଚନାମୁତାବକ ପୋଲିସ୍‌  ମେସ୍‌ରେ ଖାଇବା ବନାଉଥିବା ରୋଷେୟାର ଜୀବନ ନେଇଛନ୍ତି କୁକୁର ।

କୁକୁର ଉକ୍ତ ରୋଷେୟାକୁ  କାମୁଡି କାମୁଡି ମାରିଦେବା ପରେ ବ୍ୟକ୍ତିଙ୍କ କ୍ଷତବିକ୍ଷତ ଶରୀର ଏକ ଘଣ୍ଟା ପର୍ଯ୍ୟନ୍ତ ସେହି ସ୍ଥାନରେ ପଡିରହିଥିଲା । ରୋଷେୟାଙ୍କ ଏହି ମୃତ୍ୟୁ ନେଇ ଜଣେ ଯବାନ କହିଛନ୍ତି ଯେ, ଖାଇବା ପରେ ମୁଁ ସୋଇଯାଇଥିଲି । କିନ୍ତୁ ଯେତେବେଳେ ସକାଳ 4ଟାରେ ଉଠି ଚା ପିଇବା ପାଇଁ ବାହାକୁ ଯାଇଥିଲି ବ୍ୟକ୍ତିଙ୍କ ଶବ ପାଖରେ ଲୋକେ ଜମା ହୋଇଯାଇଥିଲେ । ଆଉ ଶଦ୍ଧ କରି କହୁଥିଲେ କୁକୁର ଜଣେ ବ୍ୟକ୍ତିକୁ କାମୁଡି ଖାଇଦେଇଛି । ଯେତେବେଳେ ଯବାନ ଜଣଙ୍କ ଉକ୍ତ ବ୍ୟକ୍ତିଙ୍କୁ ଦେଖିଥିଲେ ସେ ପୋଲିସ୍‌ ମେସ୍‌ର ରୋଷେୟା ବୋଲି ଜାଣିବାକୁ ପାଇଥିଲେ ।

ରୋଷେଇଆଙ୍କ ନାମ ସନ୍ତୋଷ ଉରାମ୍ବ । ସେ 2012ରେ ରୋଷେଇଆ ଭାବେ ପୋଲିସ୍‌ ଲାଇନ୍‌ରେ ନିଯୁକ୍ତ ହୋଇଥିଲେ । ସୂଚନାମୁତାବ ରୋଷେଇଆ ସକାଳେ ଶୌଚ ପାଇଁ ଦାମୋଦର ନଦୀକୁ ଯାଇଥିଲେ । ଯାଉଥିବା ସମୟରେ ତାଙ୍କୁ ବହୁତ ଥଣ୍ଡା ଲାଗିବାରୁ ସେ ତଳେ ପଡିଯାଇଥିଲେ । ଏହାପରେ  ସ୍ମଶାନରେ ଭିଡ ଜମାଉଥିବା କୁକୁରଙ୍କ ସିକାର ହୋଇଥିଲେ ସନ୍ତୋଷ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top