ନ୍ୟୁଜ୍

କନ୍ଧମାଳ: ମାଓ କ୍ୟାମ୍ପ ଠାବ, ବିପୁଳ ବିସ୍ଫୋରକ ଜବତ

କନ୍ଧମାଳ: କନ୍ଧମାଳର ପୋଲିସ୍ ଏକ ମାଓ କ୍ୟାମ୍ପ ଠାବ କରିବା ସହ ସେଠାରୁ ବିପୁଳ ବିସ୍ଫୋରକ ଜବତ କରିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସପି ପ୍ରତିକ୍ ସିଂ ଙ୍କ ନିର୍ଦ୍ଦେଶରେ ଏସଓଜିର ଏକ ଟିମ୍ ଫିରିଙ୍ଗିଆ ବ୍ଳକ ସୁମେରୁବନ୍ଧ ପଂଚାୟତ ଅନ୍ତର୍ଗତ ଜଙ୍ଗଲରେ ଗତ 29 ତାରିଖରେ କୁମ୍ବିଂ ଓପରେସନ କରିଥିଲେ। ଅପରେସନ ବେଳେ ଲଦାପଦର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ମାଓ କ୍ୟାମ୍ପକୁ ଠାବ କରିଥିଲେ। ପୋଲିସ୍ ଆସୁଥିବା ସୂଚନା ପାଇ ମାଓବାଦୀମାନେ କ୍ୟାମ୍ପ ଛାଡି ଫେରାର୍ ହୋଇଯାଇଥିଲେ।

ପୋଲିସ୍ କ୍ୟାମ୍ପରୁ 15 କେଜି ବିସ୍ଫୋରକ,  ଅନେକ ଡିଟୋନେଟର ସହ ବହୁତ ମାଓ ସାମଗ୍ରୀ,  ପୋଷାକ, ମଲ୍ଟିମିଟର , ମାଓ ପତ୍ରିକା, ଲିଫଲେଟ୍ ଆଦି ପାଇ ଜବତ କରିଛି। ଉକ୍ତ କ୍ୟାମ୍ପରୁ ମହିଳା ମାଓବାଦୀଙ୍କ ସମେତ 15 ରୁ 20 ମାଓବାଦୀ ଥିବା ବେଳେ କ୍ୟାଡର ମାଓନେତା ଆକାଶ, ଦାସୁରୁ ପ୍ରମୁଖ ରହିଥିବା ପୁଲିସ୍ ସନ୍ଦେହ କରୁଥିବା ଏସପି ଶ୍ରୀ ସିଂ କହିଛନ୍ତି । ଆଗକୁ ମାଓ ସହିଦ୍ ସପ୍ତାହ ଥିବା ବେଳେ ତା ପୂର୍ବରୁ ଜିଲ୍ଲାରେ କିଛି ବଡ ଧରଣର ହାମଲା କରିବାକୁ ମାଓବାଦୀମାନେ ଯୋଜନା କରୂଥିବା ସନ୍ଦେହ କରୁଛନ୍ତି ବୋଲି ଏସପି ଶ୍ରୀ ସିଂ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top