ଦେଶ

୨୪ ଘଣ୍ଟାରେ ସର୍ବାଧିକ ୪୦୭ ମୃତ, ୧୭ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ନୂଆଦିଲ୍ଲୀ:  ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କୋରୋନା ସ୍ଥିତି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୃତ୍ୟୁ ସଂଖ୍ୟା ବି ବଢ଼ୁଛି । କୋରୋନାକୁ ନେଇ ସାରା ବିଶ୍ୱରେ ଏବେ ହା ହା କାର ପରିବେଶ ସୃଷ୍ଟି ହୋଇଛି । ତେବେ ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୧୭,୨୯୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୭ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୯୦,୪୦୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ।

ଏଯାବତ୍ କୋରୋନାରେ ସଂକ୍ରମିତ ହୋଇ ପ୍ରାୟ ୧,୮୯,୪୩୬ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୧୫୦୧ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ୨,୮୫,୬୩୭ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top