ନ୍ୟୁଜ୍

ସମ୍ବଲପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବାହାରୁ ପୁଣି ଜଣେ ଦଲାଲ ଗିରଫ

ସମ୍ବଲପୁର : ମୋଟର ଯାନ ସଂଶୋଧନ ଆଇନ ଲାଗୁ ହେବା ପରେ ପରିବହନ ବିଭାଗ ଗାଡ଼ି ଚାଳକଙ୍କ ପାଇଁ ନିୟମ କଡ଼ାକଡ଼ି କରିଛି। ଏବେ ଗାଡ଼ି ଚାଳନା ସମୟରେ ସାମାନ୍ୟ ଭୁଲ କଲେ ଗଣିବାକୁ ପଡ଼ୁଛି ମୋଟା ଅଙ୍କର ତଣ୍ଡ। ଏଥିପାଇଁ ବିଭିନ୍ନ ଗାଡ଼ି କାଗଜପତ୍ର କରିବାକୁ ପରିବହନ କେନ୍ଦ୍ର ଗୁଡ଼ିକରେ ଲାଗୁଛି ଲମ୍ବା ଲାଇନ୍। ଯାହାର ସୁଯୋଗ ଉଠାଉଛନ୍ତି ଦଲାଲମାନେ। ଏପରିକି ଆରଟିଓ କେନ୍ଦ୍ର ବାହାରେ ଦଲାଲଙ୍କ ରାଜୁତି ବନ୍ଦ କରିବାକୁ ସରକାର ବିଭିନ୍ନ ନୀତି ନିୟମ କଲେ ମଧ୍ୟ ଏଥିରେ ସାବାଡ୍ ହେଉ ନାହାଁନ୍ତି ଦଲାଲମାନେ। ଦଲାଲ ଧରାପଗଡ଼ ନେଇ ଚର୍ଚ୍ଚାରେ ଥିବା ସମ୍ବଲପୁରରେ ଗତ ସାତ ଦିନ ମଧ୍ୟରେ ଗିରଫ ହେଲେଣି ତିନି ଦଲାଲ। ଏହି କ୍ରମରେ ଆଜି ଆଉ ଜଣେ ଦଲାଲଙ୍କୁ ଗିରଫ କରିଛି ଧନୁପାଲି ପୋଲିସ।

ସମ୍ବଲପୁରରୁ ବିଭିନ୍ନ ସମୟରେ ଦଲାଲମାନେ ଧରାପଡ଼ି ଗିରଫ ହେଉଥିବା ବେଳେ ଆଜି ଆଉ ଜଣେ ଦଲାଲଙ୍କୁ ଗିରଫ କରିଛି ଧନୁପାଲି ପୋଲିସ। ଦଲାଲି କରିବା ବେଳେ ପରିବହନ କାର୍ଯ୍ୟାଳୟ ବାହାରୁ ଧରା ପଡ଼ିଛନ୍ତି ଏହି ଦଲାଲ ଜଣଙ୍କ। ନକ୍ସାପାଲି ର ମନୋଜ ବେହେରା ବୋଲି ତାଙ୍କର ପରିଚୟ ମିଳିଛି।

ଧନୁପାଲି ପୋଲିସ ମନୋଜ ନିକଟରୁ ଅନେକ କାଗଜପତ୍ର ଜବତ କରିଛି । ଡ୍ରାଇଭିଂ ଲାଇସେନ୍ସ କରାଇଦେବା ପାଇଁ ଜଣେ ଗାଡି ଚାଳକର କାଗଜପତ୍ର ପ୍ରସ୍ତୁତ କରୁଥିବା ବେଳେ ପୋଲିସ ତାଙ୍କୁ ଧରିଥିଲା । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଗୁଡିକୁ ଦଲାଲ ମୁକ୍ତ କରିବା ପାଇଁ ସରକାର ନୀତି ନିୟମ କଟକଣା ଜାରି କରିଥିଲେ ମଧ୍ୟ ଦଲାଲମାନଙ୍କ ଉପରେ ଏହାର ପ୍ରଭାବ ପଡୁନଥିବା ଦେଖା ଦେଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top