ନ୍ୟୁଜ୍

ମିଳିଲା କାଠଯୋଡ଼ି ବ୍ରିଜ୍‌ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବକଙ୍କ ମୃତଦେହ

deadbody

କଟକ: ଦୀର୍ଘ ଏକ ସପ୍ତାହ ପରେ ମିଳିଲା କାଠଯୋଡ଼ି ବ୍ରିଜ୍‌ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବକ ଦେବବ୍ରତଙ୍କର ମୃତଦେହ । ଦୀର୍ଘ 4 ଦିନ ପର୍ଯ୍ୟନ୍ତ 5 କିଲୋମିଟର ପରିଧିରେ କୋଠଯୋଡିରେ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖୋଜାଖୋଜି କରି ବିଫଳ ହୋଇଥିଲେ  ।

ଆଜି ସକାଳୁ ତାଙ୍କର ମୃତଦେହ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ରାହାମା ନିକଟ ଦେବୀରୁ କରାଯାଇଛି  । ଦେବୀ ନଦୀରେ ଏକ ମୃତଦେହ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି  । ତା ପର୍ସରୁ ମିଳିଥିବା ଗାଡି ରେଜିଷ୍ଟ୍ରେସନ ସାର୍ଟିଫିକେଟରୁ ସେ ଦେବବ୍ରତ ବୋଲି ସ୍ପଷ୍ଟ ହୋଇଛି  ।

କାଠଯୋଡି ବ୍ରଜ ଉପରେ ଯେଉଁ ଗାଡି ଦେବବ୍ରତ ଛାଡିଯାଇଥିଲେ, ସେହି ଗାଡିର ନମ୍ବର ମଧ୍ୟ ଏଥିରେ ଉଲ୍ଲେଖ ରହିଛି  । ହିରୋ ହୁଣ୍ଡା ସିଡି ଡିଲକ୍ସ ଗାଡି ନମ୍ବର ଓଆର ଜିରୋ 5 ଡେଜ୍ 4374 । ତେଣୁ ଏହା ଦେବବ୍ରତଙ୍କ ମୃତଦେହ ବୋଲି ସ୍ପଷ୍ଟ ହୋଇଛି  । ପରିବାର ଲୋକଙ୍କୁ ଖବର ଦିଆଯାଇଛି  । ସେମାନେ ଶବ ଚିହ୍ନଟ କରିବା ପରେ ପୋଷ୍ଟ ମର୍ଟମ ପାଇଁ ପଠାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି  ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top