ନ୍ୟୁଜ୍

ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ନରବଳି ସନ୍ଦେହ

dead body

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ସାଲେପଡା ଗାଁରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ତୁରେକେଲା ବ୍ଲକ ମାନ୍ଦଲା ଗାଁର ଭୂଜବଳ ପାରାଭୁଏ । ସେ ସଲେପଡା ଗାଁ ସ୍ଥିତ ଶ୍ୟାମାକାଳୀ ମନ୍ଦିର ମୁଖ୍ୟ ପୂଜକ ଚୌବନ କିଶୋର ମାଝିଙ୍କଠାରୁ ତନ୍ତ୍ର ବିଦ୍ୟା ଶିକ୍ଷା କରୁଥିଲେ । ମୃତଦେହ ଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହଯୋଗରେ ମୃତଦେହକୁ ଉଦ୍ଧାର କରିଥିଲା ।

ପରେ ମୃତକଙ୍କ ପରିବାର ଲୋକେ ଦୋଷୀଙ୍କୁ ଦଣ୍ଡ ଦାବିରେ ଶବ ରଖି ଥାନା ସମ୍ମୁଖରେ ବିକ୍ଷୋଭ କରିଥିଲେ । ତେବେ କେଉଁ ପରିସ୍ଥିତିରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଭୁଜବଳଙ୍କୁ ସାଲେପଡା ଗାଁର ପୂଜକ ଚୌବନ କିଶୋର ମାଝୀ ବଳି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ପୋଲିସ ଉକ୍ତ ବାବାଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବାବେଳେ ବଲାଙ୍ଗିର ଏସପି ଘଟଣାସ୍ଥଳରେ ପହଞ୍ଚିବା ସହ ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ ଆରମ୍ଭ କରିଛି । ତେବେ ମୃତକ ଭୂଜବଳ ସାଲେପଡା ଗାଁ ଯିବା ସମୟରେ ଧୋତି, କୁର୍ତ୍ତା, ଅନ୍ୟ ବସ୍ତ୍ର ସହ ପୂଜାର ପଇତା ମଧ୍ୟ ପିନ୍ଧିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top