ନ୍ୟୁଜ୍

ବାଇକ୍‌ ଚୋରି କରି ଧରାପଡ଼ିଲେ ପୋଲିସ ବାବୁ !

କଟକ: ବାଇକ ଚୋରି କରି ଧରା ପଡିଲେ ପୋଲିସ କର୍ମଚାରୀ । ଅଭିଯୁକ୍ତ ଲଲାଟେନ୍ଦୁ ଦଳେଇ ଆଠଗଡ଼ ଏନ୍ ଏ ସି ହେମମାଳପୁରର ଜଣେ ପୋଲିସ କର୍ମଚାରୀ  ବୋଲି ଜଣାପଡିଛି ।

ମାଲକାନଗିରି ଜିଲ୍ଲାରେ ଓଡ଼ିଶା ସଶସ୍ତ୍ର ପୋଲିସର ଚତୁର୍ଥ ବାଟାଲିଅନର କନଷ୍ଟେବଳ ଭାବେ ନିଯୁକ୍ତ ଥାଇ ଅଭିଯୁକ୍ତ ଗତ ଦେଢ ବର୍ଷ ହେଲା କାର୍ଯ୍ୟରେ ଯୋଗ ଦେଉନଥିବା ବେଳେ ପୂର୍ବରୁ ଅନେକ ଅପରାଧରେ ସଂପୃକ୍ତ ଥାଇ ଏବେ ଏକ ବାଇକ୍ ଚୋରି କରି ଧରାପଡ଼ିଛନ୍ତି ।

ଆଠଗଡ଼ ଥାନା ଗୁହାଳ ପଡ଼ିଆରୁ ଏକ ହିରୋ ଗ୍ଲାମର ଚୋରି ଅଭିଯୋଗ ହେବାପରେ ଆଠଗଡ଼ ପୋଲିସ ଲୁଟ ଗାଡି ଉଦ୍ଧାର କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top