ନ୍ୟୁଜ୍

ଗୁରୁଶିଷ୍ୟ ସମ୍ପର୍କରେ କଳଙ୍କ, ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

rape

ମାଲକାନଗିରି: ନାବାଳିକା ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅମାନୁସିକ ଘଟଣା ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମପି ଭି-81 ଗ୍ରାମରେ ଘଟିଛି । ତେବେ ଏ ନେଇ ପୋଲିସ ପକ୍ଷରୁ ଖାମଖିଆଲି କରାଯିବା ସହ ବିଳମ୍ବରେ ମାମଲା ରୁଜୁ କରାଯାଇଥିବା ଅଭିଯୋଗ ହୋଇଛି ।

rape

ସୂଚନାନୁସାରେ, ପାଠ ପଢାଇବା ନାଁରେ ଶିକ୍ଷକ ଘରକୁ ଡାକି ଦୁଇ ଦିନ ଧରି ନାବଳିକାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ପୀଡିତାଙ୍କ ପକ୍ଷରୁ ମୋଟୁ ଥାନାରେ ପ୍ରଥମେ ଏତଲା ଦିଆଯାଇ ଥିବା ବେଳେ ଥାନା ଅଧିକାରୀ ଅଭିଯୋଗ ଗ୍ରହଣ କରି ନଥିଲେ । ଶନିବାର ପୀଡିତାଙ୍କ ମାଆ ଏ ନେଇ ମାଲକାନଗିରି ମଡେଲ୍ ଥାନାରେ ପହଞ୍ଚିଥିଲେ । ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏତଲା ରୁଜୁ ହୋଇଛି । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ମାଲକାନଗିରି ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top