ଅପରାଧ

‘ଖୋଲା ସ୍ଥାନରେ ଛିଙ୍କ, ଭାଇରସ୍‌ ବିସ୍ତାର କର’ ପୋଷ୍ଟ କରି ଗିରଫ ହେଲେ ଇଞ୍ଜିନିୟର

ଅର୍ଗସ ବ୍ୟୁରୋ: ସାରା ବିଶ୍ୱ ଏବେ କୋରୋନା ମହାମାରୀ ବିରୁଦ୍ଧରେ ଲଢ଼େଇ ଜାରି ରଖିଥିବା ବେଳେ କିଛି ଦୁର୍ବଳ ମାନସିକତାର ବ୍ୟକ୍ତି ଏହାକୁ ନେଇ ମଜାକ୍‌ କରୁଥିବା ଦେଖିବାକୁ ମିଳୁଛି । ତେବେ ଏଭଳି ପରିସ୍ଥିତିରେ ସେହିଭଳି ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଉଛି । ଭାରତରେ ଏମିତି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ଚାକିରୀ ଯାଇଥିବା ଜଣାପଡ଼ିଛି ।

ବେଙ୍ଗାଲୁରୁର ଆଇଟି କମ୍ପାନୀ ଇନଫୋସିସରେ ଏକ ମାମଲା ସାମନାକୁ ଆସିଛି । ଯେଉଁଠାରେ ଜଣେ କର୍ମଚାରୀ କୋରୋନାକୁ ନେଇ ସୋସିଆଲ ମିଡିଆରେ ବିବାଦୀୟ ବୟାନ ପୋଷ୍ଟ କରିଛନ୍ତି । ଫଳରେ ପୋଲିସ ସମ୍ପୃକ୍ତ କର୍ମଚାରୀଙ୍କୁ ଗିରଫ କରିଛି ।

କୁହାଯାଉଛି ଯେ, ଆଇଟି କମ୍ପାନୀ ଇନଫୋସିସର ଅଭିଯୁକ୍ତ କର୍ମଚାରୀ ଜଣକ ଫେସବୁକରେ ଲେଖିଥିଲେ ଯେ, ବାହାରକୁ ଏକାଠି ଆସ । ଖୋଲା ସ୍ଥାନରେ ଛିଙ୍କ ଓ ଭାଇରସକୁ ବିସ୍ତାର କର ।” ଏପରି ପୋଷ୍ଟ କରିବା ଅଭିଯୋଗରେ ପୋଲିସ ଉକ୍ତ କର୍ମଚାରୀଙ୍କୁ ଗିରଫ କରିଛି ।

ଅନ୍ୟପଟେ ଇନଫୋସିସ୍ ମଧ୍ୟ ଅଭିଯୁକ୍ତ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସଫ୍ଟୱେୟର ଇଞ୍ଜିନିୟର ଚାକିରୀରୁ ବରଖାସ୍ତ କରିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top