ଅପରାଧ

ଅର୍ଥ ଲୋଭ ଆଗରେ ହାର ମାନିଲା ସମ୍ପର୍କ, ପୁଅ ଠେଙ୍ଗା ମାଡ଼ରେ ବାପା ମୃତ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଥାନା ଅନ୍ତର୍ଗତ ଡୁଭା ଗାଁରେ ଏକ ଅଘଟଣ ଘଟିଛି । ପୁଅର ଠେଙ୍ଗା ମାଡରେ ବାପା ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗୋପାଳ ନାଏକ(୫୫ ବର୍ଷ)। ପୁଅ ଜିତେନ ନାଏକ(୨୮ବର୍ଷ)ଙ୍କ ଠେଙ୍ଗା ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ।

ସୂଚନାନୁଯାୟୀ, ଗୋପାଲ ନାୟକଙ୍କ ନାମରେ ଆବାସ ଯୋଜନାରେ ଘର ତିଆରି ପାଇଁ ଟଙ୍କା ଆସିଥିଲା । ଗତକାଲି ଶୁକ୍ରବାର ସଂନ୍ଧ୍ୟାରେ ପୁଅ ଜିତେନ ନାଏକ ବାପାଙ୍କୁ ଉକ୍ତ ଟଙ୍କା ମାଗିଥିଲେ। ଗୋପାଲ ଟଙ୍କା ଦେଇ ନଥିଲେ। ଉଭୟ ବାପା ପୁଅଙ୍କ ମଦ୍ୟରେ ବଚସା ହୋଇଥିଲା। ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ଜିତେନ ଏକ ଠେଙ୍ଗା ସାହାଯ୍ୟରେ ଗୋପାଲଙ୍କ ମୁଣ୍ଡକୁ ଆଗାତ କରିଥିଲେ। ଫଳରେ ଘଟଣାସ୍ଥଳରେ ଗୋପାଳଙ୍କ ମୃତ୍ୟୁ ଘଟିଛି । ଆଜି ସକାଳୁ ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ କରିବାକୁ ପଠାଇଛି। ପୋଲିସ ପୁଅ ଜିତେନକୁ ଅଟକ ରଖିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top