ଅପରାଧ

ପୁଣି ଅଶାନ୍ତ ହେଲା ରାଜଧାନୀ: ଷ୍ଟଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ ପରେ ଦୁର୍ବୃତ୍ତ ଛୁ

ଭୁବନେଶ୍ୱର: ପୁଣି ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ବାଇକରେ ଆସି ଷ୍ଟଲ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ସ୍ଥାନୀୟ ଲୋକଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋଦ ଭୁବନେଶ୍ବର ରସୁଲଗଡ କୋଚିଲଖାଇ ହାଟ ସାମ୍ନାରେ । ଆଜି ସନ୍ଧ୍ୟା ପ୍ରାୟ ସାଢେ ୬ଟା । ଏହି ସମୟରେ ୩ଜଣ ଦୁର୍ବୁତ୍ତ ବାଇକରେ ଆସିଥିଲେ । ପାଉଭାଜୀ ଷ୍ଟଲ ନିକଟରେ ଗାଡି ରଖି ଷ୍ଟଲ ମାଲିକ ଓ କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଥିଲେ । ଆଉ ଏଥିରେ ଗୁରୁତର ଆହତ ହୋଇଥିଲେ ଷ୍ଟଲ ମାଲିକ ।

ସ୍ଥାନୀୟ ଲୋକ ଷ୍ଟଲ ମାଲିକଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ୩ଜଣ ଯୁବକ ବାଇକ ଧରି ଛୁ ମାରିଥିଲେ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ସେନ୍ଦେହ କରାଯାଉଛି । ଆଉ ଏଥିରେ ସ୍ଥାନୀୟ ଲୋକ ଭୟଭୀତ ଥିବା କହିଛନ୍ତି ।

ଗତକିଛି ମାସ ତଳେ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ମୁଖା ପିନ୍ଧା ଦୁର୍ବୁତଙ୍କ ଆତଙ୍କରାଜ ଦେଖିବାକୁ ମିଳିଥିଲା । କମିଶନରେଟ ପୋଲିସ  ସେହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଥିବା ବେଳେ ପୁଣି ରସୁଲଗଡ ଅଞ୍ଚଳରେ ଏଭଳି ଦୁର୍ବୁତ୍ତଙ୍କ ଆତଙ୍କରାଜ ଘଟଣା ରାଜଧାନୀବାସୀଙ୍କୁ ଭୟଭୀତ କରିଛି । ଅପରପକ୍ଷେ ଦିନ ଦ୍ୱିପ୍ରହରେ ଦୁର୍ବୃତ୍ତମାନେ ଆତଙ୍କରାଜ ଚଳାଇଥିଲେ ମଧ୍ୟ କମିଶନରେଟ ପୋଲିସ ହାତ ବାନ୍ଧି ବସିଛି । ଏହି ଘଟଣା ପରେ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top