ମନୋରଞ୍ଜନ

ଖୁବଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ସୁଶାନ୍ତଙ୍କ ଶେଷ ଫିଲ୍ମ, ଆସିଲା ପୋଷ୍ଟର

ଭୁବନେଶ୍ୱର: ଟେଲିଭିଜନ୍‌ରୁ କ୍ୟାରିୟର ଆରମ୍ଭ କରିଥିବା ସୁଶାନ୍ତ ସିଂ ରାଜପୁତ ବଲିଉଡ୍‌ରେ ନିଜର ଦବଦବା ଜାହିର କରିଥିଲେ । ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ସୁଶାନ୍ତ । କିନ୍ତୁ ସୁଶାନ୍ତ ହଠାତ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲିଗଲେ । ଦର୍ଶକଙ୍କ ମନରେ ଯେଉଁ ଖାଲି ସ୍ଥାନ ସୃଷ୍ଟି କରିଦେଲେ ହୁଏତ ତାହା କେବେ ଭରିବ ନାହିଁ ।

ଫ୍ୟାନ୍ସ ଏବେ ବି ସୁଶାନ୍ତଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନାହାନ୍ତି । ତେବେ ସୁଶାନ୍ତ ସିଂ ରାଜପୁତ ସମସ୍ତଙ୍କୁ ପର କରି ଚାଲିଯାଇଛନ୍ତି । କିନ୍ତୁ ତାଙ୍କର ଶେଷ ଫିଲ୍ମ ଏବେ ରିଲିଜ୍‌ ଅପେକ୍ଷାରେ ।  ସୁଶାନ୍ତ ଅଲବିଦା କହିବା ପରେ ତାଙ୍କର ଶେଷ ଫିଲ୍ମ ‘ଦିଲ୍ ବେଚାରା’ ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ।

ଫିଲ୍ମଟି ଜୁଲାଇ ୨୪ରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହି ଫିଲ୍ମଟିର ନିର୍ଦ୍ଦେଶନା ମୁକେଶ ଛାବଡା ଦେଇଛନ୍ତି । ନିକଟରେ ଏହାର ପୋଷ୍ଟର ରିଲିଜ୍‌ ହୋଇଛି  । ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତା ପର୍ଯ୍ୟନ୍ତ, ସମସ୍ତେ ଅଭିନେତାଙ୍କୁ ସମ୍ମାନ ଦେବା ସହ ତାଙ୍କର ଶେଷ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତିି । ‘ଦିଲ୍ ବେଚାରା’ ବିଷୟରେ କହିବାକୁ ଗଲେ ଏହା ହଲିଉଡ ଚଳଚ୍ଚିତ୍ର ଦି ଫଲ୍ଟ ଇନ୍ ଆମ ଷ୍ଟାର୍ସର ରିମେକ୍ ଅଟେ । ଏହି ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟ୍‌ରେ ସଞ୍ଜନା ସାଙ୍ଗୀ ଅଭିନୟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top