ଅପରାଧ

ମଦ ନିଶାରେ ସାପକୁ କାମୁଡ଼ି ମାରିଦେଲା ଯୁବକ, ଭିଡିଓ ଭାଇରାଲ

ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ ଡାଉନ୍‌ ଜାରି ରହିଥିବା ବେଳେ ଅନେକ ରାଜ୍ୟରେ ଖୋଲିଛି ମଦ ଦୋକାନ । ଦିଲ୍ଲୀ ରୁ ପଲ୍ଲୀ ଯେଉଁଠି ବି ମଦ ଦୋକାନ ଖୁଲା ଯାଇଛି ସବୁଠି ଗହଳି ଲାଗିଛି । ଅନେକ ଜାଗାରେ ଆଗେ ମଦ କିଣିବା ପାଇଁ ମଧ୍ୟ ଲୋକେ ସାମାଜିକ ଦୂରତା କୁ ଭୁଲି ଯାଇଛନ୍ତି ।

ଏବେ ଏକ ବିଚିତ୍ର ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ମଦ୍ୟପ ବ୍ୟକ୍ତି ନିଶାରେ ଗୋଟିଏ ସାପକୁ ବାରମ୍ବାର କାମୁଡ଼ି ମାରି ଦେବାର ଭିଡିଓ ଏବେ ଭାଇରାଲ ହେଉଛି ।

ବ୍ୟକ୍ତି ଜଣକ ହେଲେ କର୍ଣ୍ଣାଟକ  କୋଲାର ଜିଲ୍ଲାର ବୋଲି ଜଣାପଡିଛି । ବ୍ୟକ୍ତିଙ୍କ ନାମ କୁମାର ବୋଲି ଜଣାପଡିଛି । ସେ ମଦ ନିଶାରେ ଯାଉଥିବା ବେଳେ ଏକ ସାପକୁ ଧରି ବେକରେ ବାନ୍ଧି ଗାଁରେ ପ୍ରବେଶ କରିଥିଲେ । ଶେଷରେ ଏକ ବାଇକ ଉପରେ ବସି ସେ  ସାପକୁ କାମୁଡ଼ି ମାରିଦେଉଥିବାର ଭିଡିଓ ଦେଖିବାକୁ ମିଳିଛି ।

ଗ୍ରାମବାସୀମାନେ ସାପକୁ କାମୁଡ଼ିବାର ଚିତ୍ର କଏଦ କରି ପୋଲିସକୁ ଦେଇଥିଲେ । ସାପ ଭୟ ହେତୁ ତାଙ୍କୁ କେହି ଅଟକାଇବାକୁ ଚେଷ୍ଟା କରିନଥିଲେ । ତେବେ ସାପକୁ ମାରିବା ପରେ ମଧ୍ୟ କୁମାର ସମ୍ପୂର୍ଣ୍ଣ ସୁସ୍ଥ‌ ଅଛନ୍ତି । ବନ୍ୟ ଜନ୍ତୁଙ୍କୁ ଏପରି ମାରିବା ଅଭିଯୋଗରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top