ଅପରାଧ

ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର ।  କେନ୍ଦୁଝର ଜିଲ୍ଲା ବାରିଆ ଥାନା ଭୂଇଁପୁର ଗାଁ ମନ୍ଦିର ପାଖ ନାଳରୁ ପାରୁଡ଼ିପଶି ଗାଁର ମହିଳା ରେବତୀ ମୁଣ୍ଡାଙ୍କ ମୃତଦେହ ଉଦ୍ଧାର ହୋଇଛି । ପରକୀୟା ପ୍ରିତିରୁ ମହିଳାଙ୍କୁ ହତ୍ୟା  କରାଯିବା ନେଇ ସନ୍ଦେହ କରାଯାଉଛି ।  ସନ୍ଦେହରେ ଜାଲି ଗାଁର ଜଣେ  ମହିଳା କେନ୍ଦିରୀ ମୁଣ୍ଡାଙ୍କୁ ଥାନାରେ ଅଟକ ରଖାଯାଇଛି ।

ସୂଚନା ଅନୁଯାୟୀ, ରେବତୀ ମୁଣ୍ଡାଙ୍କ ସ୍ଵାମୀ ନଟବର ମୁଣ୍ଡା ଏକ ଟ୍ରାକ୍ଟରରେ ଡ୍ରାଇଭର ଭାବେ କାମ କରନ୍ତି । ନିଜ ସ୍ଵାମୀ ଓ କେନ୍ଦିରୀ ମୁଣ୍ଡାଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରୁଥିଲେ ରେବତୀ ।  ଗତକାଲି ଏ ନେଇ ରେବତୀ ଓ କେନ୍ଦରୀଙ୍କ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା । ଏହାପରେ କେନ୍ଦିରୀ, ରେବତୀଙ୍କୁ ତଣ୍ଟିଚିପି ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top