ନ୍ୟୁଜ୍

ରାଜ ରାସ୍ତାରେ ମହିଳାଙ୍କ ପ୍ରସବ

ଭଦ୍ରକ: ରାଜ ରାସ୍ତାରେ ଜଣେ ପ୍ରସୂତୀଙ୍କ ପ୍ରସବ ।  ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବନ୍ତ ଛକଠାରେ । ଖବର ଅନୁଯାୟୀ ମହିଳା ଜଣକ ବିକୃତ ମସ୍ତିଷ୍କ ଅଟନ୍ତି । ସେ ସବୁବେଳେ ବନ୍ତ ଛକ ସହ ସହରର ଚାରିଆଡେ ବୁଲିଥାନ୍ତି ।

ଏଭଳି ଅସହାୟତାର ସୁଯୋଗ ନେଇ କେହି ଦୃବୁର୍ତ୍ତ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିବାରୁ, ସେ ଗର୍ଭବତି ଥିଲେ ।  ଯାହାକି ଆଜି ଏହି ପ୍ରସୂତି ମହିଳା ଜଣକ ଜନଗହଳି ପୂର୍ଣ୍ଣ ବନ୍ତ ଛକ ନିକଟରେ ଶିଶୁ ପୁତ୍ରକୁ ପ୍ରସବ କରିଛନ୍ତି । ପରେ କିଛି ସାମାଜିକ ସଙ୍ଗଠନର ବ୍ୟକ୍ତି ମହିଳାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ ।

ସେଠାରେ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି ।  ତେବେ ଏହି ମହିଳା ଜଣକ ବିକୃତ ମସ୍ତିସ୍କ ହୋଇଥିବାରୁ  ତାଙ୍କର ଓ ତାଙ୍କ ସ୍ଵାମୀ ଙ୍କ ପରିଚୟ ମିଳି ପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top