ନ୍ୟୁଜ୍

ଜୁଇକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଵାର୍ଗଦ୍ଵାରରେ ଜଳୁଥିବା ଜୁଇକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳାଙ୍କୁ ଗୁରୁତର ଅଵସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ବେଲେଶ୍ୱର ଅଞ୍ଚଳର ଜଣେ ମହିଳା ରମା ଦାସ ଆଜି ଆଜି ପୂର୍ବାହ୍ନରେ ସ୍ଵାର୍ଗଦ୍ଵାରରେ ଏକ ଜୁଇ ଜଳୁଥିବା ବେଳେ ହଠାତ୍ ଜୁଇକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ସେଠାରେ ଶଵଦାହ ପାଇଁ ଉପସ୍ଥିତ ଥିବା ସାମାଜିକ ସଂଗଠନ ସାହିଭାଇର ସଦସ୍ୟମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ଏନେଇ ରମାଙ୍କୁ ପଚାରିବାରୁ ତାଙ୍କର କେହି ସମ୍ପର୍କୀୟ ନଥିବାରୁ ସେ ନିରାଶ ହୋଇ ଏଭଳି କରିଥିବା କହିଛନ୍ତି। ତେବେ ତାଙ୍କର ମାନସିକ ବିକୃତି ଥିବା ସନ୍ଦେହ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top