ଦେଶ

ଅଭିଜୀତ ବାନାର୍ଜୀଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ, ଭାରତୀୟ ପୋଷାକରେ ଗ୍ରହଣ କଲେ ପୁରସ୍କାର

abhijit-banerjee-

ସ୍ୱିଡେନ: ବିଦେଶ ମାଟିରେ ବି ଅଭିଜୀତ ଦେଖା ଭାରତୀୟ ବେଶପୋଷାକର ଝଲକ । ଭାରତୀୟ ଓ ଆମେରିକା ଅର୍ଥଶାସ୍ତ୍ରୀ ଅଭିଜୀତ ବାନାର୍ଜୀଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୀ ବାନାର୍ଜୀ ଯେତେବେଳେ ନୋବେଲ ପୁରସ୍କାର ନେବାକୁ ଷ୍ଟେଜ୍‌ରେ ପହଞ୍ଚିଥିଲେ ସେ ସମ୍ପୂର୍ଣ୍ଣ ଭାରତୀୟ ପୋଷାକରେ ନଜର ଆସଥିଲେ । ସେ ଏକ କଳା ରଙ୍ଗର ଜ୍ୟାକେଟ ସହ ଏକ ଧୋତି ପିନ୍ଧି ଥିଲେ ଯାହାକି ସମ୍ପୂର୍ଣ୍ଣ ଭାରତୀୟ ପୋଷାକ ଥିଲା । ଏଷ୍ଟର ଇଫ୍ଲୋ ଯିଏକି ଏହି ପୁରସ୍କାର ଉତ୍ସବର ଆୟୋଜକ ସେ ମଧ୍ୟ ଏକ ନୀଳ ରଙ୍ଗର ଶାଢୀ ପିନ୍ଧି ଥିଲେ । ବିଶ୍ୱସ୍ତରରେ ଦାରିଦ୍ର ନିରାକରଣ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ମୁମ୍ବାଇରେ ଜନ୍ମ ହୋଇଥିବା ବାନାର୍ଜୀ  ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର  ଜିତିବାରେ ଦ୍ୱିତୀୟ ଭାରତୀୟ । ତେବେ ବାନାର୍ଜୀଙ୍କ ପୂର୍ବରୁ ଅମର୍ତ୍ୟ ସେନ ହେଉଛନ୍ତି ଅର୍ଥଶାସ୍ତ୍ରର ପ୍ରଥମ ଭାରତୀୟ ନେବେଲ ବିଜେତା । ବାନାର୍ଜୀ ମଧ୍ୟ ସେନ୍‌ଙ୍କ ଭଳି ପ୍ରେସିଡେନ୍ସି କଲେଜର ଛାତ୍ର । ତେବେ ଏହି କଲେଜ ଏବେ ପ୍ରେସିଡେନ୍ସି ବିଶ୍ୱବିଦ୍ୟାଳୟର ନାମରେ ଜଣାଯାଉଛି ।

ବାନାର୍ଜୀ ଓ ଏଷ୍ଟର ଇଫ୍ଲୋ ମଧ୍ୟ ମାସାଚୁଏଟ ଇଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୌଲୋଜି (ଏମଆଇଟି)ରେ ଅର୍ଥଶାସ୍ତ୍ର ବିଭାଗର ପ୍ରଫେସର ଅଛନ୍ତି । ସୁଚନାନୁଯାୟୀ ସ୍ୱୀଡେନର ବୈଜ୍ଞାନିକ ଅଲଫ୍ରେଡ ନୋବେଲଙ୍କ ସ୍ମୃତିରେ ନୋବେଲ ଫାଉଣ୍ଡେସନ ପକ୍ଷରୁ ପ୍ରତି ବର୍ଷ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଶାନ୍ତି, ସାହିତ୍ୟ, ରସାୟନ ବିଜ୍ଞାନ, ଭୌତିକ, ଚିକିତ୍ସା ବିଜ୍ଞାନ ଓ  ଅର୍ଥଶାସ୍ତ୍ରରେ ଦିଆଯାଇଥାଏ ।

ନୋବେଲ ପୁରଷ୍କାର ବିଜେତାଙ୍କ ନାମ ପ୍ରତି ବର୍ଷ ଅକ୍ଟୋବର ମାସରେ ହିଁ ଘୋଷଣା କରାଯାଇଥାଏ । ଆଉ ସମସ୍ତଙ୍କ ବିଜେତାଙ୍କୁ ସ୍ୱିଡେନର ଷ୍ଟକହୋମରେ ଆୟୋଜିତ  ସମାରୋହରେ 10 ଡିସେମ୍ବରରେ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଥାଏ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top