ଟେକ୍ନୋଲୋଜି

ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କ ୫୧ ସ୍କ୍ଵାର୍ଡନକୁ ମିଳିବ ସମ୍ମାନ

abhinandan

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କ ୫୧ ସ୍କ୍ଵାର୍ଡନକୁ ବାୟୁସେନା ଦିବସ ଅବସରରେ ସମ୍ମାନିତ କରାଯିବ। ବାଲାକୋଟ ଏୟାର୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ପକ୍ଷରୁ ହେଉଥିବା ଆକ୍ରମଣକୁ ପଣ୍ଡ କରିଥିବା ନେଇ ଏହି ସମ୍ମାନରେ ସମ୍ମାନିତ କରାଯିବ । ଏୟାର୍‌ ଚିଫ୍‌ ମାର୍ସଲ ଆର୍‌କେଏସ୍‌ ଭଦୌରିଆ ବାୟୁସେନାର ୮୭ତମ ଜୟନ୍ତୀ ପାଳନ ଅବସରେ ଏହି ସମ୍ମାନ ପ୍ରଦାନ କରିବେ ।

ଏହି ଅବସରରେ ସ୍କ୍ଵାର୍ଡନ ଲିଡର୍‌ ମିଣ୍ଟି ଅଗ୍ରଓ୍ଵାଲଙ୍କୁ ବାଲାକୋଟ ଆକ୍ରମଣକୁ ସଫଳ କରିଥିବା ହେତୁ ପୁରସ୍କୃତ କରାଯିବ।  ସୂଚନାନୂଯାୟୀ , ଗତ ଫେବ୍ରୁଆରି 14 ତାରିଖରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ପୁଲଓ୍ଵାମାଠାରେ ଆକ୍ରମଣ ଘଟାଇଥିବାରୁ 44 ସିଆରପିଏଫ ଯବାନ ସହିଦ ହୋଇଥିଲେ । ଏହି ଆକ୍ରମଣର ଠିକ୍‌ ୧୩ ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପଶି ଆତଙ୍କବାଦୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା। ଏହି ପାଲଟା ଯବାବରେ ପ୍ରାୟ ୩୦୦ ଆତଙ୍କବାଦୀ ନିହତ ହୋଇଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ଯୋଜନା କରିଥିବା ବେଳେ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ଏହି ଯୋଜନାକୁ  ପଣ୍ଡ କରିଥିଲେ ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top