ଦେଶ

ପାକିସ୍ତାନ ମ୍ୟୁଜିୟମରେ ଶୋଭା ପାଉଛନ୍ତି ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ

abhinandan

କରାଚି: ଆଇଏଏଫ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ବିରତ୍ୱର ଗାଥା ଶତ୍ରୁ ଦେଶ ପାକିସ୍ତାନରେ ମଧ୍ୟ ଛାଇ ଯାଇଛି । କରାଚିରେ ପାକ୍‌ ବାୟୁସେନା ଦ୍ୱାରା ପରିଚାଳିତ ଏକ ମ୍ୟୁଜିୟମରେ ଭାରତର ବାୟୁ ସେନାର ପାଇଲଟ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଏକ ମୂର୍ତ୍ତି ରଖାଯାଇଛି । ପାକ୍‌ର ଏକ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।

ପାକିସ୍ତାନର ଏୟାର ଚିଫ୍‌ ମାର୍ସଲ ମୁଜାହିଦ୍‌ ଅନଓ୍ୱର ଖାନ ଗତ ସପ୍ତାହରେ ଏହି ମ୍ୟୁଜିୟମ୍‌ର ଉଦଘାଟନ କରିଥିଲେ । ମ୍ୟୁଜିୟମ୍‌ରେ ସ୍ଥାପିତ ହୋଇଥିବା ଅଭିନନ୍ଦନଙ୍କ ମୂର୍ତ୍ତି ନିକଟରେ ଏକ ଚା’ କପ୍‌, ଅଭିନନ୍ଦନଙ୍କ ବିମାନ ମିଗ୍‌-21ର ଏକ ଅଂଶ ଓ ତାଙ୍କ ନିଶ ରଖାଯାଇଛି । ଏହି  ‘ଅପରେସନ୍‌ ସୁଇପ୍ଟ ରିଟୋର୍ଟ’ ଗ୍ୟାଲେରୀରେ ବୀର ଅଭିନନ୍ଦନଙ୍କୁ  ପାକ୍‌ ସେନା ଗୁଳି ମାରିବାର କ୍ଷଣକୁ ମଧ୍ୟ ଏଥିରେ ଚିତ୍ରିତ କରାଯାଇଛି । ଏଥିସହିତ ଅଭିନନ୍ଦନ ଓ୍ୱାଘା ବର୍ଡର କ୍ରସିଙ୍ଗ କରି ଭାରତକୁ ଅଭିନନ୍ଦନ ଫରିବାର ଚିତ୍ର ମଧ୍ୟ ଏକ ସୁନ୍ଦର ଭାବେ ସ୍ଥାନ ପାଇଛି ପାକ୍‌ର ଏହି  ମ୍ୟୁଜିୟମରେ ।

ସୂଚନମୁତାବକ, ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏହି ଓ୍ୱିଙ୍ଗ କମାଣ୍ଡର ରଚିଥିଲେ ବିରତ୍ୱର ଗାଥା। ଯାହାକୁ ସାରା ବିଶ୍ୱ ପ୍ରଶଂସା କରିବା ସହ ହିରୋ ପାଲଟିଥିଲେ ଅଭିନନ୍ଦନ । ଶତ୍ରୁ ଦେଶରେ ପଶି ଶତ୍ରୁକୁ ବିନାଶ କରି ଚ୍ୟାଲେଞ୍ଚ ସୃଷ୍ଟି କରି ଫେରିଆସିଥିଲେ ନିଜ ଦେଶକୁ ଅଭିନନ୍ଦନ ।

ପୁଲଓ୍ୱାମା ଆତଙ୍କର ପ୍ରତିଶୋଧ ନେବା ପାଇଁ ସିଧା ପଶିଥିଲେ ପାକ୍‌ ସୀମା ଭିତରେ । ଏୟାର ଷ୍ଟ୍ରାଇକ୍ ସମୟରେ  ମିଗ- 21 ବାଇସନ୍‌ ଜେଟ୍‌ର ପାକିସ୍ତାନି ଜେଟ୍‌ ସହ ଆକ୍ରମଣ ହୋଇଥିଲା । ଏଥିରେ ପାକ୍‌ର ଏଫ୍‌- 16  ଲଡାକୁ ବିମାନକୁ ଧ୍ୱଂସ କରିଥିଲା ଅଭିନନ୍ଦନଙ୍କ ମିଘ-21 । ଏହାପରେ ପାକ୍‌ର ସେନା ହାତରେ ଧରା ପଡିଥିଲେ ବୀର ଅଭିନ୍ଦନନ୍ଦ । 1 ମାର୍ଚ୍ଚ ରାତିରେ ବାଧ୍ୟ ହୋଇଥିଲା ଏହି ବୀରଙ୍କୁ ଭାରତକୁ ଫେରାଇବା ପାଇଁ । ତେବେ ଅଭିନନ୍ଦନଙ୍କ ବିରତ୍ୱକୁ ସାରା ଦେଶ  ଗର୍ବିତ ହୋଇଥିଲା ।  ତାଙ୍କ ବିରତ୍ୱ ପାଇଁ ତାଙ୍କୁ ବୀର ଚକ୍ରରେ ସମ୍ମ୍ନାନିତ ମଧ୍ୟ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top