X
Breaking News
ଦେଶ

ଡିୟୁ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବାଜିମାତ୍, ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

Courtesy: smedia2.intoday.in

ନୂଆଦିଲ୍ଲୀ/ଭୁବନେଶ୍ୱର: ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଏବିଭିପିର ବାଜିମାତ୍‌ । ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରମୁଖ ପଦବୀ ମଧ୍ୟରୁ ୩ଟି ହାତେଇ ନେଇଛି। ଶୁକ୍ରବାର ଘୋଷିତ ଫଳାଫଳ ଅନୁଯାୟୀ, ଏବିଭିପି ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଯୁଗ୍ମ ସମ୍ପାଦକ ଆଦି ପଦବୀରେ ଜିତିଛି । ଏବିଭିପି ପକ୍ଷରୁ ଅକ୍ଷିତ ଦହିୟା, ପ୍ରଦୀପ ତନ୍‌ୱାର ଏବଂ ଶିବାଙ୍ଗୀ ଖେରାୱାଲଙ୍କୁ ସଫଳତା ମିଳିଛି ।

ଡିୟୁରେ ଏବିଭିପିର ବୃହତ୍ତ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ନିର୍ବାଚନ ଦେଶର ପଲିଟିକାଲ ମୁଡକୁ ଦର୍ଶାଉଛି । ଏବିଭିପିର ରାଷ୍ଟ୍ରବାଦୀ ବିଚାରଧାରା ଯୁବପିଢ଼ିଙ୍କ ପାଇଁ  ନ୍ୟାଚୁରାଲ୍‌ ଚଏସ୍‌ ହୋଇପାରିଛି ବୋଲି ଟ୍ୱିଟ୍‌ କରି ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ଆଜି ଡିୟୁ ଛାତ୍ର ସଂସଦ ନିର୍ବାଚନରେ ଭୋଟ୍‌ ଗଣତି ୮.୩୦ରେ ଆରମ୍ଭ ହେବାର ଥିଲା, କିନ୍ତୁ ପ୍ରାର୍ଥୀମାନେ ବିଳମ୍ବରେ ପହଞ୍ଚିବାରୁ ଏଥିରେ ବିଳମ୍ବ ହୋଇଥିଲା । ୪ଟି ପ୍ରମୁଖ ପଦବୀ ପାଇଁ ୪ ଜଣ ମହିଳାଙ୍କ ସମେତ ମୋଟ ୧୬ ଜଣ ପ୍ରାର୍ଥୀ ଥିଲେ । ଏବିଭିପି ପକ୍ଷରୁ ଅକ୍ଷିତ ଦହିୟା, ପ୍ରଦୀପ ତନ୍‌ୱାର, ଯୋଗୀତ ରଥୀ ଏବଂ ଶିବାଙ୍ଗୀ ଖେରାୱାଲ ଯଥାକ୍ରମେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଲଢ଼ୁଥିଲେ  । ତେବେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଯୁଗ୍ମ ସମ୍ପାଦକ ପଦବୀ ଏବିଭିପି ଖାତାକୁ ଯାଇଥିବା ବେଳେ ଏନ୍‌ଏସ୍‌ୟୁଆଇର ଆଶିଷ ଲାମ୍ବା ସାଧାରଣ ସମ୍ପାଦକ ପଦବୀରେ ବିଜୟୀ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top