ନ୍ୟୁଜ୍

ବାଇକ ଦୁର୍ଘଟଣାରେ ଜଣେ ମୃତ

ଭଦ୍ରକ:  ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିନସ୍ଥ ସେଣ୍ଡ ତୀରା ଶିଆଳିଆ ଛକ ନିକଟରେ ବାଇକ ଦୁର୍ଘଟଣା । ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଦୋଳପଦି ଗାଁର ଘନ ମୁଣ୍ଡା । ସେ ଏକ ବାଇକରେ ସାଙ୍ଗ ସହ ନିଜ ଘରକୁ ଆସୁଥିବାବେଳେ ସିଆଳିଆ ଛକ ନିକଟରେ ଭାରସାମ୍ୟ ହରାଇ ତଳକୁ ପଡିଯାଇଥିଲେ ।

ଫଳରେ ବାଇକରୁ ପଡି ଦୁଇ ଜଣ ଗୁରୁତର ହୋଇଥିଲେ । ଉଭୟଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତର ଖାନାକୁ ଅଣାଯାଇଥିଲା । ଡାକ୍ତରଖାନାରେ ଘନ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଭାବେ ଚିକିତ୍ସା ହେଉଛନ୍ତି

Click to comment

Leave a Reply

Your email address will not be published. Required fields are marked *

Most Popular

To Top