ଦେଶ

ଅଭିନେତା ଅନୁପମ ଖେର ମାଆଙ୍କ ସମେତ ପରିବାରରେ 4 ଜଣ ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଦ୍ରୁତ ଗତିରେ ବୃଦ୍ଧି ହେଉଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ସଙ୍ଗିନ ହୋଇଛି। ବଲିଓଡ଼ରେ ଏହି ମହାମରୀ ପସିଥିବା ଜଣା ପଡ଼ିଛି। ବିଗ ବି ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିଷେଖ ବଚ୍ଚନ କରୋନା ମହାମରୀରେ ଆକ୍ରାନ୍ତ ହେବାପରେ ଏବେ ଅନୁପମ ଖେରଙ୍କ ପରିବାରରେ ମଧ୍ୟ ଏହି ସଂକ୍ରମଣ ଦେଖା ଦେଇଛି।

ଏନେଇ ଅନୁପମ ଖେର ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।  ସେ ଟୁଇଟ କରି କହିଛନ୍ତି ଯେ ସମସ୍ତଙ୍କୁ ଜଣାଇବା ପାଇଁ କହୁଛି ଯେ ମୋ ମା ଦୁଲାରୀ କୋଭିଡ୍ + (ସାମାନ୍ୟ) ଆକ୍ରାନ୍ତ ହୋଇଛନ୍ତି । ଆମେ ତାଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରିଛୁ।  ମୋ ଭାଇ, ଭାଉଜ ଏବଂ ଭଣଜା ମଧ୍ୟ ଅନେକ  ସାବଧାନରେ ରହିବା ସହ ସାମାନ୍ୟ ପଜିଟିଭ୍ ଥିବା ପରୀକ୍ଷାରୁ ଜଣା ପଡ଼ିଛି।  ମୋ ପରିବାରର 4 ଜଣ କରୋନା  ପଜିଟିଭ୍‌ରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଅନୁପମ୍‌ କହିଛନ୍ତି । ମୁଁ ନିଜକୁ ମଧ୍ୟ ପରୀକ୍ଷା କରିଥିଲି ଏବଂ ମୁଁ ରିପୋର୍ଟ ନେଗେଟିଭ ଥିବା ଜଣା ପଡ଼ିଛି। ଏ ନେଇ ସେ ସୋସିଆଲ ମିଡ଼ିଆରେ ଜରୁରୀ କାମ ନଥିଲେ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top