ନ୍ୟୁଜ୍

ପରଲୋକରେ ବରିଷ୍ଠ ଅଭିନେତା ତଥା ରାଜନେତା ତାପସ ପାଲ୍‌

Tapas

ମୁମ୍ବାଇ:  ପରଲୋକରେ ବରିଷ୍ଠ ବଙ୍ଗାଳୀ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲ୍‌ । ଆଜି ଭୋର୍‌ରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ମୁମ୍ବାଇର ଏକ ଡାକ୍ତରଖାନାରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି । ତାପସ ହୃଦ୍‌ରୋଗରେ ପୀଡ଼ିତ ଥିଲେ ।

ତାପସ ମୁମ୍ବାଇରେ ରହୁଥିବା ତାଙ୍କ ଝିଅ ପାଖକୁ ଯାଇଥିଲେ। ସେଠାରୁ କୋଲକାତା ଫେରିବା ବେଳେ ମୁମ୍ବାଇ ବିମାନବନ୍ଦରରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେଣୁ ତାଙ୍କୁ ଜୁହୁ ସ୍ଥିତ ଏକ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ପ୍ରାୟ ୪ଟା ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ସୂଚନା ଅନୁଯାୟୀ, ତାପସ ଦୁଇ ଥର ଲୋକସଭା ସାଂସଦ ହେବା ସହିତ ବିଧାୟକ ମଧ୍ୟ ରହିଥିଲେ। ତାଙ୍କର ପତ୍ନୀ ଓ ଜଣେ ଝିଅ ଅଛନ୍ତି। ଜଣେ ରୋମାଣ୍ଟିକ୍ ହିରୋ ଭାବେ ସେ ବଙ୍ଗାଳୀ ଫିଲ୍ମରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ। ସେ କିଛି ହିନ୍ଦୀ ଏବଂ ଓଡ଼ିଆ ଓ ବଙ୍ଗଳା ଦ୍ୱିଭାଷିକ ଫିଲ୍ମ ମଧ୍ୟ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top