ଦେଶ

ଦିଲ୍ଲୀର ନୂଆ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା କିଏ ? ଜାଣନ୍ତୁ..

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପି ପକ୍ଷରୁ ବଡ଼ ପରିବର୍ତ୍ତନ କରାଯାଇଛି । ବଦଳିଲେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ । ମନୋଜ ତିୱାରୀଙ୍କ ସ୍ଥାନରେ ଆଦେଶ ଗୁପ୍ତାଙ୍କୁ ଦିଲ୍ଲୀ ଅଧ୍ୟକ୍ଷର ଦାୟିତ୍ୱ ଦେଇଛି ବିଜେପି । ତେବ କରୋନା ସଙ୍କଟ ସମୟରେ ରାଜ୍ୟ ସଭାପତି ପରିବର୍ତ୍ତନ ହେବା ଏବଂ ମନୋଜ ତିୱାରୀଙ୍କ ସ୍ଥାନରେ ଆସିଥିବା ଆଦେଶ ଗୁପ୍ତା କିଏ ? ଆସନ୍ତୁ ଜାଣିବା..

ଆଦେଶ ଗୁପ୍ତା ଦିଲ୍ଲୀର ଗ୍ରାଉଣ୍ଡ ସ୍ଥିତି ସହ ବେଶ ଜଡ଼ିତ । କାଉନସିଲ ଇଲେକ୍ସନଠୁ ସାଧାରଣ ନିର୍ବାଚନ ସବୁଥିରେ ବେଶ ପାରଦର୍ଶିତା ତାଙ୍କର । ଆଦେଶ ଗୁପ୍ତା କାଉନସିଲର ମଧ୍ୟ ହୋଇସାରିଛନ୍ତି । ଏହାସହ ନର୍ଥ ଦିଲ୍ଲୀରେ ମେୟର ବି ଥିଲେ ଆଦେଶ ।

ଆଦେଶ ଗୁପ୍ତା ୱେଷ୍ଟ ପଟେଲ ନଗରରେ କାଉନସିଲର ଥିବା ବେଳେ ଏନଡିଏମସି ଷ୍ଟାଣ୍ଡିଂ କମିଟିର ସଦସ୍ୟ ମଧ୍ୟ ଥିଲେ ଆଦେଶ ଗୁପ୍ତା । ତେଣୁ ଦିଲ୍ଲୀର ଗଳିକନ୍ଦିରେ ନିଜର ପରିଚୟ ସୃଷ୍ଟି କରିଥିବା ଆଦେଶ ଗୁପ୍ତାଙ୍କୁ ରାଜ୍ୟ ସଭାପତି ପଦରେ ବସାଇଛି ବିଜେପି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top