ଦେଶ

ବଦଳିଲେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ

ନୂଆଦିଲ୍ଲୀ: ବଦଳିଲେ ଦିଲ୍ଲୀ ବିଜେପି ସଭାପତି । ମନୋଜ ତିୱାରୀଙ୍କ ସ୍ଥାନରେ  ଆଦେଶ କୁମାର ଗୁପ୍ତାଙ୍କୁ ବିଜେପି ଦାୟିତ୍ୱ ଦେଇଛି । କରୋନା କବଳରେ ଏବେ ରାଜଧାନୀ ଦିଲ୍ଲୀ । ରାଜଧାନୀରେ ଏବେ କରୋନା ମାମଲା ବହୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ କରୋନା ସଙ୍କଟ ସମୟରେ ବିଜେପି ପାର୍ଟିର ଅଧ୍ୟକ୍ଷ ପଦରୁ ମନୋଜ ତିୱାରୀଙ୍କୁ ବଦଳାଇ ଆଦେଶ କୁମାର ଗୁପ୍ତାଙ୍କୁ ଦାୟିତ୍ୱ ଦେଇଛି । ଏହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ ପାର୍ଟି ପକ୍ଷରୁ ମଧ୍ୟ ବିଜ୍ଞପ୍ତି ଜାରାଯାଇଛି ।

ଅନ୍ୟପଟେ ଛତିଶଗଡ଼ ଓ ମଣିପୁରରେ ମଧ୍ୟ ବିଜେପି ନିଜର ରାଜ୍ୟ ସଭାପତି ପରିବର୍ତ୍ତନ କରିଛି । ଛତିଶଗଡ଼ରେ ବିଷ୍ଣୁ ଦେଓ ସାଏ ଓ ମଣିପୁରରେ ଟିକେନ୍ଦ୍ର ସିଂହଙ୍କୁ ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତ କରିଛି ।

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top