ନ୍ୟୁଜ୍

“ହଁ ମୁଁ ସାଇକୋ ଲେଡି, ଆଦିତ୍ୟଙ୍କ ମୃତ୍ୟୁ ପରେ ମୁଁ ପାଗଳ ହୋଇଛି” !

ଭୁବନେଶ୍ୱର: ଶେଷରେ ମୁହଁ ଖୋଲିଛନ୍ତି ମିଷ୍ଟ୍ରିଗର୍ଲ । ଆଦିତ୍ୟ ଦାଶଙ୍କ ସହ ମୋର ଥିଲା ପ୍ରେମ ସମ୍ପର୍କ । କିନ୍ତୁ ମୁଁ ସାଇକୋ ନୁହେଁ ବୋଲି ଗତକାଲି ଚିନ୍ମୟୀ ଖଣ୍ଡନ କରିଥିବା ବେଳେ ଆଜି କିନ୍ତୁ କହିଛନ୍ତି ମୁଁ ମାନସିକ ଅବସାଦରେ ଅଛି ସେଥିପାଇଁ ମୁଁ ମେଡିସିନି ମଧ୍ୟ ଖାଉଛି  ।

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଚିନ୍ମୟୀ କହିଛନ୍ତି ଯେ,  ଆଦିତ୍ୟ ଏମିତି ପିଲା ଥିଲା ସେ କେବେ ସୁସାଇଡ କଥା ଉଠାଇପାରିବ ନାହିଁ, ଏହା ଅସମ୍ଭବ ।  ବାସ୍ ଥରେ ଏମିତି କଥା କଥାରେ ମୁଁ କହଲି ଆପଣ ମୋ ସହ କଥା ହେବେନି ତ? ମୁଁ ହାତ କାଟିଦେବି ମାନେ ଏମିତି ଯଷ୍ଟ ହସିକି କହିଲି  । ସେ କହିଲେ ଦେଖ ତୁ ଯଦି ହାତ କାଟିବୁ ମୋ ସହ କଥା ହବୁନି ଜୀବନ ସାରା । ସେ ପିଲା ଗୋଟେ ଏମିତି ପିଲା ସେ ସୁଇସାଇଡ଼ କଥାକୁ ହିଁ ହେଟ୍ କରନ୍ତି, ମାନେ ମୁଁ ଯେତିକି ଜାଣିଛି ମୁଁ ଯେତିକି   ମିଶିଛି ସେ ଏପରି ନିଷ୍ପତ୍ତି କେବେ ନେଇନଥିବେ ।  ମାନେ ମୁଁ ତ ବେଶୀ ଟାଇମ ମିଶିନି ବାସ୍ ଯେଉଁ ବି ୪ କି ୫ ମାସ ମିଶିଛି ସେତିକିରୁ ହିଁ ଜାଣିଛି ।

ସେଥିପାଇଁ ତ ମୁଁ କହୁଛି , ମୁଁ ୭ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପୁରା ଟେନ୍‌ସନ୍‌ରେ ଥିଲି । ୭,୮,୯,୧୦ ଚାରି ଦିନ ମୁଁ ବହୁତ ଟେନସନ୍‌ରେ ଥିଲି । ମାନେ ମୋର ସାଇକ୍ୟାଟ୍ରିକ ପ୍ରୋବ୍ଲେମ୍ ଅଛି, ଡିପ୍ରେସନ୍ ପ୍ରୋବ୍ଲେମ୍ ଅଛି । ଯେଉଁଟାକି ୩ ବର୍ଷ ୪ ବର୍ଷ ହେଇଯିବ ତ ସେଥିପାଇଁ ମୁଁ ମୁଣ୍ଡରେ ବେଶି କଥା ପୁରେଇଲିନି । ଖାଇଲିନି ପଇ ଲିନି ପୁରା ପାଗଳ ଭଳିଆ ହେଲି । ବହୁତ କିଛି ପ୍ରୋବ୍ଲେମ୍ ହେଲା । ମୋ ପାଇଁ ମମି ବି ସଫର ହେଲା । ତ ସେଥିପାଇଁ ମୁଁ ମେଡିସିନ୍ ଖାଉଛି ଏବେ ସୁସ୍ଥ ଅଛି । କିଛି କଥା ମୁଣ୍ଡରେ ପଶେଇଲେ ବି ମୋ ମୁଣ୍ଡରେ ରହୁନି । ମୁଁ ଭୁଲିଯାଉଛି ମାନେ ମୋର ଯେଉଁଟା ନିହାତି ଦରକାର ସେଇଟା ସାଙ୍ଗେ ସାଙ୍ଗେ ମୁଁ ଲେଖି ଦେଉଛି , ଫୋନରେ ସେଭ୍‌ କରିଦେଉଛି କି ଲେଖିଦେଉଛି । ସେ ସବୁ କଥା ହିଁ ମୁଁ ମୁଣ୍ଡରେ ରଖିବା ପାଇଁ ଚାହୁଁନି ।

ତେବେ ଫେସବୁକରେ ଆଦିତ୍ୟ ସହ ଗଢ଼ିଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମ କିନ୍ତୁ ଏକ ତରଫା ନଥିଲା । ଆମେ ଉଭୟ ଉଭୟଙ୍କୁ ଭଲ ପାଉଥିଲୁ । କିନ୍ତୁ ଆଦିତ୍ୟଙ୍କ ବିବାହ ପରଠୁ ଆମର କୌଣସି ସମ୍ପର୍କ ନଥିଲା  ସୂଚନାମୁତାବକ, ଆଦିତ୍ୟଙ୍କ ମତ୍ୟୁ ପଛରେ ତଥାକଥିତ ସାଇକୋ ଲେଡିଙ୍କର ହାତ ଥିବା ନେଇ ଅଭିଯୋଗ କରିଥିଲେ ଆଦିତ୍ୟଙ୍କ ପରିବାର । ଏପରିକି ସେ ବିବାହ ନକଲେ ଆଦିତ୍ୟଙ୍କୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଥିଲେ ଆଦିତ୍ୟଙ୍କ ମାଆ ।  

 

Click to comment

Leave a Reply

Your email address will not be published. Required fields are marked *

Most Popular

To Top