ଅପରାଧ

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଆରମ୍ଭ

Aditya

ଭୁବନେଶ୍ୱର:  ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ଭୁବନେଶ୍ୱର ସ୍ଥିତ ଫୋରେନସିକ ଲ୍ୟାବରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ । ଲାଇ ଡିଟେକ୍ସନ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସୁପାରିଶ କରାଯାଇଥିଲା । ଏହି କ୍ରମରେ ଆଜି ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ବିଦ୍ୟାଶ୍ରୀଙ୍କ ସମେତ ୪ଜଣଙ୍କର ହେବ ଲାଇ ଡିଟେକ୍ସସ ଟେଷ୍ଟ । ବିଦ୍ୟାଶ୍ରୀଙ୍କୁ ପ୍ରାୟ ୫୦ଟି ପ୍ରଶ୍ନ ପଚାରଯିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାନୁସାରେ,  ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁକୁ ନେଇ ବହୁ ଦିନ ବିତି ଯାଇଥିଲେ ମଧ୍ୟ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇପାରି ନାହିଁ । ଏହାକୁ ନେଇ ପିପୁଲ୍ସ ଫର ସେବା ସଂଗଠନର କର୍ମକର୍ତ୍ତା ସିବିଆଇ ତଦନ୍ତ ପାଇଁ ଦାବି କରୁଥିବାବେଳେ କ୍ରାଇମବ୍ରାଞ୍ଚ ତଦନ୍ତରେ ସେମାନେ ସନ୍ତୁଷ୍ଟ ନଥିବା କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଜିର ଲାଇ ଡିଟେକ୍ସନ ଟେଷ୍ଟରୁ କଣ ସାମ୍ନାକୁ ଆସୁଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top